କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାମାଜିକ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀଙ୍କ ନେତୃତ୍ବରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା କହଁର, ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ, ଜିଲ୍ଲା ଥଇଥାନ ଅଧିକାରୀ ଅକ୍ଷୟ ପଣ୍ଡା ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ନିରାକାର ଭଟ୍ଟ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଅଞ୍ଚଳର ୧୫୬ଜଣ ଭିନ୍ନକ୍ଷମ ଲୋକ ପଞ୍ଜିକରଣ କରିଥିଲେ । ଏଥି ମଧ୍ୟରୁ ତିନି ଜଣଙ୍କୁ ଟ୍ରାଇ ସାଇକେଲ, ପାଞ୍ଚ ଜଣଙ୍କୁ ଆଶାବାଡି, ଚାରି ଜଣଙ୍କୁ ଦୃଷ୍ଟି ବାଧିତ, ଛଅ ଜଣଙ୍କୁ ୱଲ୍ ଚେୟାର ପ୍ରଦାନ କରାଯାଇଥିଲା । ହେଲେ ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଲୋକମାନଙ୍କ ପାଇଁ ଠିକ୍ ଭାବରେ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ କରାଯାଥିଲ ।
ବସିବା ପାଇଁ ଚେୟାର, ପିଇବା ପାଣି, ଏବଂ ଟଇଲେଟ୍ ର ବ୍ୟବସ୍ଥା କରାଯାଇ ନ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏଭଳି ଅବ୍ୟବସ୍ଥାକୁ ନେଇଁ ଓଡ଼ିଶା ବିକଳାଙ୍ଗ ମଞ୍ଚ କନ୍ଧମାଳ ଜିଲ୍ଲାର ସଭାପତି ରାଜକିଶୋର ଦିଗାଲ ଦୃଢ଼ ନିନ୍ଦା କରିବା ସହିତ ଏସବୁ ଘଟଣା ପାଇଁ ବ୍ଲକ୍ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରିବା ସହ ବ୍ଲକ ପ୍ରଶାସନ ଆମ ଭିନ୍ନକ୍ଷମ ପ୍ରତି ଅଣ ଦେଖାକରୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ଏସବୁ ଘଟଣା ପାଇଁ ବ୍ଲକ୍ ପ୍ରସାସନ କୁ ଦାୟି କରିଛନ୍ତି।

pradhan