ଓ୍ୱେଗ୍ନର ଗାଡ଼ି ଦୁର୍ଘଟଣା ଗ୍ରସ୍ଥ: ଜଣେ ମୃତ, ୨ ଗୁରୁତର ଆହତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଆନ୍ତର୍ଗତ ଫିରିଙ୍ଗିଆ ବ୍ଲକ ବନ୍ଦଗଡ ପଞ୍ଚାୟତ ମଣିପଦର ଗ୍ରାମରେ ଓ୍ୱେଗ୍ନର ଗାଡ଼ି ରାୟଗଡ଼ାରୁ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ରାୟଗଡ଼ା ଜିଲ୍ଲାକୁ ଉକ୍ତ ଗାଡ଼ିରେ ଦୁସାସନ ବେହେରା, ପଦ୍ମନାଭ ସୁବୁଧି ଏବଂ ଚନ୍ଦ୍ରକାନ୍ତ ସାହୁ ଗୋଜ୍ ବେଣ୍ଡେଜ୍ ଯୋଗାଇବା ପାଇଁ ଯାଇ ଫେରୁଥିବା ବେଳେ ମଣିପଦର ନିକଟରେ ଏକ ବଳଦକୁ ବଞ୍ଚାଇବା ଉଦେଶ୍ୟରେ ଡ୍ରଇଭର ଭାରସାମ୍ୟ ହରାଇ ରାସ୍ତା ନିକଟସ୍ତ ଗଛରେ ଗାଡ଼ି ପିଟିଦେଇଥିବା ଜଣାପଡ଼ିଛି । ଦୁଇଟି ଶିକ୍ଷକ ଏହା ଦେଖି ସେମାନଙ୍କୁ ନିକଟସ୍ତ ସାରଙ୍ଗଡ଼ ଡ଼ାକ୍ତର ଖାନାକୁ ନେଇଆସିଥିଲେ I କିନ୍ତୁ ସେଠାରେ ଡ଼ାକ୍ତର ସେମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ଦୁସାସନ ବେହେରାଙ୍କୁ ମୃତ ଘସଣା କରିଥିବା ବେଳେ ପଦ୍ମନାଭ ସୁବୁଧି ଏବଂ ଚନ୍ଦ୍ରକାନ୍ତ ସାହୁଙ୍କୁ ଗୁରୁତ୍ୱପୁର୍ଣ୍ଣ ଅବସ୍ଥାରେ ଭୁବନେସ୍ୱର କୁ ଚିକିସ୍ଥିତ ପାଇଁ ପଠାଇ ଦେଇଥିବା ଜଣାପଡ଼ିଛି ।

pradhan