ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଆନ୍ତର୍ଗତ ଫିରିଙ୍ଗିଆ ବ୍ଲକ ବିଜୁ କଲ୍ୟାଣ ମଣ୍ଡପରେ ଆଜି କନ୍ଧମାଳ ଜିଲ୍ଲା ସ୍ତରୀୟ ସମିତି ସଭ୍ୟ/ସଭ୍ୟା ମହାସଂଘ ବୈଠକ ଅନୁଷ୍ଟିତ ହୋଇଯାଇଥିବା ଜଣାପଡ଼ିଛି । ଫିରିଙ୍ଗିଆ ବ୍ଲକର ସମସ୍ତ ପଞ୍ଚାୟତରୁ ସମିତି ସଭ୍ୟ/ସଭ୍ୟା ଉକ୍ତ ବୈଠକରେ ଯୋଗ ଦେଇ ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ସ୍ତରୀୟ ସମିତି ସଭ୍ୟ/ସଭ୍ୟା ମହାସଂଘର ସଭାପତି ବୈଦନାଥ ବେହେରାଙ୍କ ନେତୃତ୍ୱରେ ଆୟୋଜିତ କରାଯାଇଥିବା ବେଳେ ସମ୍ମାନୀତ ଅତିଥି ନମିତା କାହଁର, ଉପ ସଭାପତି ଜୁନେସ ଦିଗାଲ, ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଧବେଳେଶ୍ଵର ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଜାନକୀ କହଁର(ମୁକ୍ଷ ବକ୍ତା), ଜିଲ୍ଲା ଜପଦେଷ୍ଠା ପିଣ୍ଡକ କହଁର/ଶ୍ରୀନିୱାସ ମଲ୍ଲିକ, ଜିଲ୍ଲା ସମ୍ପାଦକ୍ଷ/ଫିରିଙ୍ଗିଆ ବ୍ଲକ ଭାଇସ୍ ଚେଆର୍ ମେନ୍ ଅଜିତ କୁମାର ସାହୁ, ଫିରିଙ୍ଗିଆ ବ୍ଲକର ପୁର୍ବତନ ଅଧ୍ୟକ୍ଷ ତଥା ତଳ ଦଣ୍ଡିକିଆ ସମିତି ସଭ୍ୟ ଲାଲ୍ ନନ୍ଦ ପ୍ରଧାନ, ଫିରିଙ୍ଗିଆ ବ୍ଲକର ସଭାପତି ପଞ୍ଚାନନ ଦିଗାଲ, ଫିରିଙ୍ଗିଆ ବ୍ଲକର ଉପ ସଭାପତି ମୌସୁମି ପ୍ରଧାନ ଉକ୍ତ ବୈଠକକୁ ପରିଚାଳନ କରିଥିବା ସୂଚନା ମିଳିଛି । ଏହି ବୈଠକରେ ଆଠ ଗୋଟି ଦାବି ବିଷୟରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି । ଦାବି ଗୁଡିକ ହେଲା (୧)ସରପଞ୍ଚଙ୍କ ଭଳି ସାମ୍ୱିଧାନିକ ସୁପାରିଶ କ୍ଷମତା ପ୍ରଦାନ। (୨)ସରକାରଙ୍କ ଯେକୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି ତାର ଚିଠିର ନକଲ ସମିତିସଭ୍ୟଙ୍କୁ ଦିଆଯାଉ । (୩)ଉନ୍ନୟନ ମୂଳକ କାର୍ଯ୍ୟର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସମିତି ସଭ୍ୟ/ସଭ୍ୟାଙ୍କୁ ସାମିଲ କରାଯାଉ। (୪) ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ସମିତି ମଭ୍ୟଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ରଖାଯାଉ। (୫) ଉନ୍ନୟନ କାର୍ଯ୍ୟ ନିର୍ମାଣ ଦେଲା ବେଳେ ସମିତି ସଭ୍ୟ/ସଭ୍ୟାଙ୍କୁ ଜଣାଇବେ। (୬)ଅନୁଦାନରେ ୨୦ ପ୍ରତିଶତ ଅଧିକାର ଅଛି। ହେଲେ ଜଣାଉ ନାହାନ୍ତି । ଏହାକୁ କାର୍ଯ୍ୟକାରି କରାଯାଉ I
(୭)ବ୍ଲକ ଅଧ୍ୟକ୍ଷଙ୍କୁ ସମିତି ସଭ୍ୟ/ସଭ୍ୟା ଭୋଟଦେଇ ନିର୍ବାଚିତ କରୁଛନ୍ତି। କିନ୍ତୁ ଅନାସ୍ତା ପ୍ରସ୍ତାବ ଆଇନରେ ସରପଞ୍ଚ ବିଧାୟକ ସାଂସଦଙ୍କୁ ଦରଖାସ୍ତ କରି ସମିତି ସଭ୍ୟ/ସଭ୍ୟା ମାନଙ୍କୁ ହିଁ ରଖାଯାଉ। (୮) ସମିତି ସଭ୍ୟ/ସଭ୍ୟାଙ୍କ ମାସିକ ପେନସନ୍ ୧୫ ହଜାରକୁ ବୃଦ୍ଧି କରିବା ।