ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷା ଉପ-ନିର୍ବାଚନ ନିମନ୍ତେ ନଗର ବିଜେଡିର କଳିଙ୍ଗା ଡାକ ବଙ୍ଗଳା ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ନଭେମ୍ବର ମାସ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବାଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷା ଉପ- -ନିର୍ବାଚନ ନିମନ୍ତେ ନଗର ବିଜୁ ଜନତା ଦଳ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି I ଏହି ପ୍ରସ୍ତୁତି ବୈଠକରେ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର ଅଧ୍ୟକ୍ଷତା କରିଥିଲେ I ଉକ୍ତ ପ୍ରସ୍ତୁତି ବୈଠକରେ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ , ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ, ଡିଜିଟାଲ ମିଡିଆ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାଢ଼ୀଙ୍କ ସମେତ ସମସ୍ତ ବିଜେଡି କାଉନସିଲର ପୁରୁଖା ନେତା ଓ କର୍ମୀ ଉପସ୍ଥିତ ରହି କର୍ମୀଙ୍କୁ ଉତ୍ସାହିତ କରିଥିଲେ I ଚଳିତ ମାସରେ ହେବାକୁ ଥିବା ଏନଏସି ଉପ-ନିର୍ବାଚନରେ ଶାସକ ବିଜେଡି ଦଳ ଏହି ଉପ-ନିର୍ବାଚନ ରେ ବିପୁଳ ପରିମାଣରେ ବିଜୟ ହାସଲ କରି ଏହି ଉପନିର୍ବାଚନ ବୈତରଣୀ ପାର କରିବ ବୋଲି ସମସ୍ତ କର୍ମୀ ଦୃଢ଼କ୍ତି ପ୍ରକାଶ କରିଥିଲେ I