ଅନୁସନ୍ଧାନ ଭାରତ(ବ୍ୟୁର): ଶ୍ରୀ ଜଗନ୍ନାଥ ଯୁବକ ସଂଘ ଆନକୂଲ୍ୟରେ ଗତ ୨୬ ତାରିଖରୁ କ.ନୂଆଗାଁ ବ୍ଲକ ଗୁମାପଦର ରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ଭାଗ୍ୟ ବାନ ବେହେରା, ବିଜେଡି ସଂଗଠକ ଗଦାଧର କହଁର, ଅଚ୍ୟୁତାନନ୍ଦ ପାତ୍ର ନିଉଜ୍ ସେଭେନ୍ ପ୍ରତିନିଧି ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ l ଗତ ଛବିଶି ତାରିଖ ଠାରୁ ଅନୁଷ୍ଠିତ ମ୍ୟାଚ ରେ ସମୁଦାୟ ଚବିଶି ଟି ଦଳ ଅଂଶ ଗ୍ରହଣ କରିଥଲେ l ବାରଖମା ଦଳ ଓ ଗୋଛାପଡା ଦଳ ଫାଇନାଲକୁ ପ୍ରବେଶ କରିଥିଲା l ଉଭୟ ଦଳର ଖେଳାଳୀ ଚିତ୍ତାକର୍ଷକ କ୍ରୀଡା ପ୍ରଦର୍ଶନ କରିଥଲେ ଏବଂ ଗୋଛାପଡ଼ା ଦଳ ବିଜୟ ଲାଭ କରିଥିଲା l ଆମନ୍ତ୍ରିତ ଅତିଥିଗଣ ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ସହିତ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ l ଶ୍ରୀ ଜଗନ୍ନାଥ ଯୁବକ ସଂଘର ସଭାପତି ମୁନି ଡିଗାଲ ଉପସଭାପତି ସଚିଦାନନ୍ଦ ପାତ୍ର, ବିରସିଂହ ପାତ୍ର, ମଳୟ ପାତ୍ର ଓ ବିସ୍କେସନ ପାତ୍ରଙ୍କ ସମେତ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଗୁମାପଦର ଗ୍ରାମବାସୀଙ୍କ ଉଦ୍ୟମରେ ସଫଳ ଆୟୋଜନ ହୋଇଥିଲା l ଫାଇନାଲ ମ୍ୟାଚ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ପୁରୁଷ ମହିଳା ଯୁବକ ଯୁବତୀ ଯୋଗଦେଇ ଥିଲେ l
