- ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଗତ କାଲି ବିଭିନ୍ନ ଜାଗାରେ ମାଓ ପୋଷ୍ଟର ସହ କେକେବିଏନ ତରଫରୁ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନିରୀହ ଲୋକଙ୍କୁ ଜେଲ ପଠାଇବାକୁ ବିରୋଧ କରି ଏବଂ ଗଞ୍ଜେଇ ଚାଷ ଅଞ୍ଚଳର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରୁଥିବା ଥିବା ଦାବିରେ ଚାଷକୁ ମାନ୍ୟତା ଦେବା ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା କେକେବିଏନ ମାଓ ସଂଗଠନ l ଏହି ଘଟଣାକୁ ନେଇ ସାଡୀଙ୍ଗିଆ ଠାରେ ଥିବା ୯୯ ବାଟାଲିଅନ ବିଏସଏଫ୍ ଗତ କାଲି ଠାରୁ କିଆମୁଣ୍ଡା, କଟାପଙ୍ଗା ଜଙ୍ଗଲରେ କୁମ୍ବିଂଅପରେସନ ଜୋରଦାର କରିଥିଲା I
ଗତ କାଲି ରାତି ହୋଇ ଥିବାରୁ ଆଜି ସକାଳ ୮ ଟା ସମୟରେ କିଆମୁଣ୍ଡା ଜଙ୍ଗଲ ରୁ ୨ ଲିଟର ଟିଫିନ ବକ୍ସ, ୫୦ ଗ୍ରାମ ଜିଲେଟିନ, ୬ ଭୋଲ୍ଟ ବ୍ୟାଟେରୀ, ଗୋଟିଏ ଜିଲେଟ ବ୍ଲେଡ, ଟେପ, ସହ ଜୀବନ୍ତ ଲ୍ୟାଣ୍ଡ ମାଇଁନ ଉଦ୍ଧାର କରିଛି l ଅନ୍ୟ ପଟେ ବିଏସଏଫ ଯବାନମାନେ କୌଣସି ସୂତ୍ରରୁ ଜଙ୍ଗଲରେ ଲ୍ୟାଣ୍ଡ ମାଇନ ବିଛା ଯାଇଥିବା ଖବର ପାଇଥିଲେ I ତେବେ ପ୍ରାୟ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ଅପରେସନ ପରେ ଲ୍ୟାଣ୍ଡ ମାଇନର ସନ୍ଧାନ ପରେ ସୁରକ୍ଷିତ ଭାବରେ ଉଦ୍ଧାର କରା ଯାଇଥିବା ସୂଚନା ମିଳିଛି l ଏହି ଅପରେସନରେ ଡଗ ସ୍କ୍ୱାୱାର୍ଡ ଓ ବୋମା ନିଷ୍କ୍ରିୟ କାରି ଦଳ ବିଏସଏଫ ଅଧିକାରୀ ସହ ବିଏସଏଫ ଯବାନମାନେ ସାମିଲ ଥିବା ର ସୁଚନା ମିଳିଛି ।
