ପ୍ରଶାସନିକ ଅଧିକାରୀଙ୍କୁ ଧରାକୋଟ ଗଡର ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ସମ୍ମିଳିତ ଭାବରେ ଧରାକୋଟ ଗଡର ଗ୍ରାମବାସୀମାନେ ମିଳିତ ଭାବରେ ଆସି ବସ ଷ୍ଟାଣ୍ଡ ସ୍ଥାନ ପରିବର୍ତ୍ତନ ପାଇଁ ତହସିଲଦାର କବିରାଜ ପ୍ରଧାନଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହା ପରେ ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ବିଡିଓ ସୁଶିଲ ପଟନାୟକ ଓ ଥାନା ଅଧିକାରୀ ମମତା ସାମନ୍ତରାୟଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇ ଧରାକୋଟ କାଳୀ ମନ୍ଦିର ପାର୍ଶ୍ଵରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଆଲୋଚନା କରିଥିଲେ । ପ୍ରକାଶ ଯୋଗ୍ୟ ଆମ ବସଷ୍ଟାଣ୍ଡ ଯୋଜନାରେ ରାଜ୍ୟ ସରକାର ଧରାକୋଟ ପାଇଁ ଏକ ବସଷ୍ଟାଣ୍ଡ ମଞ୍ଜୁର କରିବା ପରେ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଅଭାସି ମାଧ୍ୟମରେ ଉଦ୍ଘାଟନ ହୋଇଯାଇଛି । କିନ୍ତୁ ରାଜସ୍ବ ବିଭାଗ ତରଫରୁ ଏହାକୁ ଧରାକୋଟ ଠାରୁ ଦେଢ଼ କିମି ଦୂରରେ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଯାହାକୁ ଗ୍ରାମବାସୀମାନେ ବିରୋଧ କରିବା ସହ ଏହାକୁ ଧରାକୋଟ ଗ୍ରାମ ନିକଟରେ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ନାଗରିକ ସୁନିଲ ଗୌଡ଼, ପ୍ରଫୁଲ୍ଲ ପାଣିଗ୍ରାହୀ, ଭାଜରାମ ଭୂୟାଁ, ସୁବାସ ପାତ୍ର, ଅରକ୍ଷିତ ପାତ୍ର, ଗଣେଶ ପାତ୍ର, ଶିବ ପ୍ରସାଦ ମହାନ୍ତି, ଘନଶ୍ୟାମ ଗୌଡ଼, ଜୟଦେବ ଗୌଡ଼, ବାବୁ ସାହୁ, ଅମିୟ ସ୍ୱାଇଁ, ଜ୍ୟୋତି ରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।