ଗୁଣପୁର ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ସମ୍ମାନିତ ଅତିଥି ଭାବେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଏସ୍.ଡି.ଏମ୍.ଓ ଶ୍ରୀ ରମେଶ ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ, ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ସତ୍ୟ ସମ୍ପର୍ଣ୍ଣ ରାଉତ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ । ପ୍ରଥମେ କାର୍ଯ୍ୟନିର୍ବାହୀ ଅଧିକାରୀ ବାର୍ଷିକ ବିବରଣୀ ପାଠ କରିଥିଲେ । ତାହା ପରେ ନୂତନ ପେନସନ୍ ହିତାଧିକାରୀଙ୍କୁ ପେନସନ୍ ଖାତା ବଣ୍ଟନ, ମିଶନର ଶକ୍ତି ଗୋଷ୍ଠୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ, ବୁଲା ବିକାଳୀମାନଙ୍କୁ ଦୋକାନ ଗୃହ ଆବଣ୍ଟନ, ଦଶମ ଓ ଦ୍ଵାଦଶ ଶ୍ରେଣୀରେ ସର୍ବାଧିକ ନମ୍ବର୍ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ, ଗୁଣପୁର ପୌର ପରିଷଦର ଲୋଗ ଉନ୍ମୋଚନ ଏବଂ ଲୋଗ ପ୍ରତିଯୋଗୀତାର ବିଜେତାଙ୍କୁ ପୁରସ୍କୃତ, ମିଶନ୍ ଶକ୍ତି ଗୋଷ୍ଠୀ ମାନଙ୍କୁ ସମ୍ମାନିତ, ସୁଦକ୍ଷ ସ୍ଵଚ୍ଛ ସାଥୀ ମାନଙ୍କୁ ପୁରସ୍କୃତ, ସ୍ଵାୟତ ଶାସନ୍ ଦିବସ ଉପଲକ୍ଷେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ, ସୁଦକ୍ଷ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ପରିଚୟ ଏବଂ ସ୍ୱାଗତ୍ ଭାଷଣ ସମାପିକା ପାତ୍ର ଦେଇଥିବା ବେଳେ ମଞ୍ଚ ପରିଚାଳନା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଣପୁର ଡଃ ସତ୍ୟ ସମ୍ପର୍ଣ୍ଣ ରାଉତ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ପୌର ପରିଷଦର ଏମ୍.ଇ ଶ୍ରୀ ବିଶ୍ଵନାଥ ସାର୍କା ଧନ୍ୟବାଦ ଅର୍ପଣ କରିଥିଲେ । ଶିବ କୃଷ୍ଣ ଆକାଉଣ୍ଟାଣ୍ଟ ମୁକ୍ତା, ନିରଞ୍ଜନ ସାହୁ ପୌର ପରିଷଦ ଆକାଉଣ୍ଟାଣ୍ଟ, ସୁସ୍ମିତା ଦଲେଇ ଜୁନିଅର ଆସିଷ୍ଟାଣ୍ଟ ପୌର ପରିଷଦ, ଲକ୍ଷ୍ମଣ ହେମ୍ରମ କୋଷାଧ୍ଯକ୍ଷ ପୌର ପରିଷଦ, ତାପସ ପଟ୍ଟନାୟକ ଏମ୍ ଆଇ ଏସ୍ ପୌର ପରିଷଦ, ଆଦିତ୍ୟ ମିଶ୍ର ଜେ.ଇ ପୌର ପରିଷଦ, ରବିନ୍ଦ୍ର ନାଥ ଦାଶ ଆଇ.ଇ ମୁକ୍ତା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୌର ପରିଷଦର ସମସ୍ତ ୱାର୍ଡର କାଉନ୍ସିଲର, ମହିଳା ସଂଘ ଗୁଡିକ ସହ ଅନ୍ୟାନ୍ୟ ବ୍ୟକ୍ତି ମାନେ ମାନେ ଉପସ୍ଥିତ ରହିଥିଲେ ।