ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରା ଯାଇଛି I ପ୍ରାକ୍ତନ ପରିଷଦ ଅଧ୍ୟକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ହେତୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବ ସମ୍ମତି କ୍ରମେ ବନ୍ଦ ରଖାଯାଇଛି I ପରିଷଦ କାର୍ଯ୍ୟାଳୟ ମଧ୍ୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରା ଯାଇଥିଲା I ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ନିଜର
ଅଭିଭାଷଣ ରଖି ଉପସ୍ଥିତ ଥିବା ସମସ୍ତ କାଉନସିଲର, ପରିଷଦ କର୍ମକର୍ତ୍ତା, ସଫେଇ କର୍ମଚାରୀଙ୍କୁ ଅଭିନନ୍ଦନ
ଓ ଶୁଭେଚ୍ଛା ବାର୍ତ୍ତା ଜଣାଇ ଥିଲେ I ତତ ସହିତ ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଜ ନିଜ ଦାୟିତ୍ବ ସୁଚାରୁ ରୂପେ ତୁଲେଇ ଥିବାରୁ ପୁରସ୍କୃତ ସହ ସମ୍ମାନିତ କରାଯାଇଥିଲା I ପରିଷଦର ଉନ୍ନତି ଓ ବିକାଶ ଦିଗରେ ସମସ୍ତଙ୍କ ସହଯୋଗ କର୍ତ୍ତବ୍ୟ ନିଷ୍ଠା ରହିଥିବାରୁ ଧନ୍ୟବାଦ ସହ ସାଧୁବାଦ ଜଣେଇ ଥିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ I ଉପସ୍ଥିତ ସମସ୍ତ ଭଦ୍ରମଣ୍ଡଳୀ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ପିଲାଙ୍କ ଗହଣରେ ପ୍ରଭାତ ଫେରି କରାଯାଇ ଗାନ୍ଧୀ ଛକ ଠାରେ ଥିବା ଜାତୀର ପିତା ମହାତ୍ମା ଗାନ୍ଧୀ, ବନ୍ଧ ଛକ ଠାରେ ଥିବା ବୀର ଚକରା ବିଷୋୟୀ ଏବଂ ପଦାସାହି ସ୍ଥିତ ଅମର ବୀର ସହୀଦ ଯବାନ ବବ୍ରୁବାହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଧୂପ ଦେଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I