ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସହରରେ ଦୁର୍ବୃତ୍ତଙ୍କ ଚୋରି ଓ ଲୁଟତରାଜ ବୃଦ୍ଧି ପାଇବାରେ ଲାଗିଛି । ବିଳମ୍ବିତ ରାତିରେ ଗୁଣପୁର ସହରର ଜଗନ୍ନାଥ ନଗରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେହି ଘରର ଶିବରାମ ପଣ୍ଡା ସପରିବାରଙ୍କ ସହ ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଥିଲେ I ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ପ୍ରାୟ ନଗଦ ୭ଲକ୍ଷ ଟଙ୍କା ସହ ୧୫ ତୋଳା ସୁନା ଓ ଘରର ୨ଗୋଟି ଶାଢ଼ୀ ଚୋରି କରି ନେଇଥିବା ସମ୍ପର୍କରେ ଆଜି ଥାନାରେ ଅଭିଯୋଗ ହୋଇଛି । ଏନେଇ ଗୁଣପୁର ଥାନା କେଶ ନଂ ୧୧୬ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି । ଗୁଣପୁର ଥାନାର ଏସ୍.ଆଇ ରୁଦ୍ର ମାଧବ ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଆଜି ରାୟଗଡ଼ାରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଥିଲା I ଲୁଟ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନାର ଏସ୍.ଆଇ କହିଛନ୍ତି ।