ନେସନାଲ କାଉନସିଲ ଅଫ ଦଳିତ ନେସନାଲ ପ୍ରୋଟେଷ୍ଟ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ନେସନାଲ କାଉନସିଲ ଅଫ ଦଳିତ ଖ୍ରୀଷ୍ଟିଆନ ପକ୍ଷରୁ ନେସନାଲ ପ୍ରୋଟେଷ୍ଟ ଦିବସ ପାଳନ କରାଯାଇଛି । ଉକ୍ତ ଅନୁଷ୍ଠାନର ଦଳିତ ଖ୍ରୀଷ୍ଟିଆନ ନେତା ତଥା ବିଜେଡ଼ି ବରିଷ୍ଠ ନେତା ପଲବ ଲିମ୍ମାଙ୍କ ନେତୃତ୍ବରେ ପ୍ରଫୁଲ୍ଲ ଲିମା, ଫାଦର ଅଜୟ ନାୟକ, ଫାଦର ବିକାସ ବର୍ଦ୍ଧନ, ଫାଦର ଦିଲୀପ ପସ୍ପୁରାଡି, ଫାଦର ଦାଉଦ୍ ଜେନା ପ୍ରମୁଖ ଏକ ରାଲିରେ ବାହାରି ଖ୍ରୀଷ୍ଟିଆନମାନଙ୍କୁ ଦଳିତ ବର୍ଗରେ ରଖି ସମସ୍ତ ସୁବିଧା ଦେବା ପାଇଁ ଦାବି କରିଥିଲେ । ଏହି ସଂକ୍ରାନ୍ତରେ ବିଭିନ୍ନ ଦାବି ଗୁଡିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ଦାବି ଗୁଡିକ ତୁରନ୍ତ ପୂରଣ କରିବା ପାଇଁ ଦାବି ରଖିଛନ୍ତି ପଲଭ ଲିମା I ଦାବି ପୂରଣ ନହେଲେ ରାଜ ରାସ୍ତାକୁ ଯିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି I