ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଳକର ସୁଙ୍ଗେର ପଞ୍ଚାୟତର ଡୁମେର ପଦର ଗ୍ରାମକୁ ଆଜି ଗସ୍ତ କରିଛନ୍ତି ମୈତ୍ରୀ କମ୍ପାନୀ ଅଧକ୍ଷ । ଗସ୍ତ ସମୟରେ ଗାଁ ଲୋକେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଦ୍ୱାରା ସ୍ୱାଗତ କରିଥିଲେ । ଗାଁର ବିକାଶରେ କାର୍ଯ୍ୟରେ ଦେଖା ଦେଇ ଥିବା ସମସ୍ୟା ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ପରିଣତ ବୟସ୍କ ଠାରୁ ଯୁବବର୍ଗ ଓ ମହିଳାମାନେ ସାମିଲ ଥିବା ଦେଖିବାକୁ ମିଳିଥିଲା । କାରଖାନା ପ୍ରତିଷ୍ଠା ହେଲେ ଲୋକେ ଗ୍ରାମ ଛାଡି କେଉଁ ଆଡେ ଯିବେ? ବୋଲି ଗାଁର ମୁଖିଆ ମାନେ ପଚାରି ଥିଲେ I ପୂର୍ବ ପୁରୁଷଙ୍କ ଠାରୁ ଆଜିପର୍ଯ୍ୟନ୍ତ ଲୋକେ ଚାଷବାସ ଉପରେ ନିର୍ଭର କରିଆସିଛନ୍ତି । ଏହି ଗ୍ରାମରେ ଦେଖା ଦେଇ ଥିବା ପାନୀୟ ଜଳର ଅଭାବ ସମସ୍ୟା, ଗାଁରେ ବିଜୁଳିର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବ ସମସ୍ୟା, ରାସ୍ତା ଘାଟ ସମସ୍ୟା ଇତ୍ୟାଦି ମୌଳିକ ସମସ୍ୟାକୁ ନେଇ ଲୋକେ ଆଲଚନା କରିଥିଲେ । କମ୍ପାନୀ ଅଧକ୍ଷ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଲେ ଯେ କମ୍ପାନୀ କୌଣସି ପ୍ରକାରରେ ଗାଁ ଲୋକଙ୍କ ହୋକ ଅଧିକାର ରୁ ବଞ୍ଚିତ କରିବ ନାହିଁ I ଆବଶ୍ୟକତା ସ୍ଥଳେ ଏହା ଲିଖିତ ଭାବେ ଦେବେ ବୋଲି କହିଥିଲେ । ଆଲୋଚନା ସଫଳ ହେଇଥିବା ବେଳେ ସମସ୍ତ ପ୍ରସ୍ତାବର ତୁରନ୍ତ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନୀ ଅଧ୍ୟକ୍ଷ ଏବଂ କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଭଳି ସୁଙ୍ଗେର ଗ୍ରାମ ସମେତ ସୁଙ୍ଗେର ପଞ୍ଚାୟତ ଓ ଅଡାଜୋର ପଞ୍ଚାୟତର ବିଭିନ୍ନ ଖଣି ପ୍ରଭାଭିତ ଗ୍ରାମଞ୍ଚଳକୁ ପରିଦର୍ଶନ ବେଳେ ଜନ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଆଜିର ଏହି କାର୍ଯ୍ୟକ୍ରମରେ ଡୁମେର ପଦର ଗ୍ରାମର ଶତାଧିକ ଲୋକଙ୍କ ଉପସ୍ଥିତିରେ ମୈତ୍ରୀ କମ୍ପାନୀ ଅଧକ୍ଷ ଓ କମ୍ପାନୀ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।