ଅନୁସନ୍ଧାନ ଭାରତ(ବ୍ୟୁର): ୨୯ ତମ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଆଦିବାସୀ ସହର ପରିକ୍ରମା କରିଥିଲେ I ଗଜପତି ଜିଲ୍ଲାର ଆଦିବାସୀମାନେ ସେମାନଙ୍କର ପାରମ୍ପରିକ ବେଶଭୁଷା ଓ ବିଭିନ୍ନ ବାଦ୍ୟ, ତୁରୀ ଆଦିରେ ସୁସଜିତ ହୋଇ ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ଆରମ୍ଭ କରି ସମଗ୍ର ପାରଳାଖେମୁଣ୍ଡି ସହରରେ ପରିକ୍ରମା କରିଥିଲେ I ଓଡିଶାର ପୂର୍ଵତନ ମୁଖମନ୍ତ୍ରୀ ଗିରିଧର ଗମାଙ୍ଗ, ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଗଜପତିର ଏସଡିସି ଅଧକ୍ଷ, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଅବସରପ୍ରାପ୍ତ ଆଇଏସ ଅଧିକାରୀ ପବିତ୍ର ମଣ୍ଡଳ, ଅବସରପ୍ରାପ୍ତ ଓଏଏସ ଅଧିକାରୀ ଗୋରାଚାନ୍ଦ ଗମାଙ୍ଗ, ବିଜେଡି ନେତା ପଲଭ ଲିମା, ଗୁମା ବ୍ଲକ ପୂର୍ବତନ ଉପାଧକ୍ଷ ବେର୍ନିକ ଗୋମାଙ୍ଗ ଅଶୋକ ଭୂୟାଁ, ସୁଦାମ ମଣ୍ଡଳ, ସୁଧାକର ଶବର, ତ୍ରିନାଥ କାର୍ଜି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିବା ସହ ଆଦିବାସୀମାନଙ୍କ ସୁରକ୍ଷା ଓ ବିକାଶ ନେଇ ଆଲୋଚନା କରିଥିଲେ I