ଜ୍ରାକିରାହା ଅଡାସରୁ ପାହାଡ଼ରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର, ଘଟଣା ସ୍ଥଳରେ ଫିରିଙ୍ଗିଆ ପୁଲିସ ସହ ସାଇଣ୍ଟିଫିକ ଟିମର ତଦନ୍ତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ପଞ୍ଚାୟତ ଅଡାସରୁ ପାହାଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଭାଲିଆ ଗଛରେ ଚୁନି ଲଗାଇ ଜଣେ ବିବାହିତ ମହିଳା ଆତ୍ମ ହତ୍ୟା କରି ମୃତ୍ୟୁ ବରଣ କରିଥିବା ଦେଖା ଦେଇଛି I ମୃତ୍ୟୁ ଦେହ ଦୀର୍ଘ ଦିନ ହୋଇଥିବାରୁ ଗଛରେ ହାଡ଼ କଙ୍କାଳ ଝୁଲି ରହିଥିବା ବେଳେ ତାକୁ ପୁଲିସ ଓ ସାଇଣ୍ଟିଫିକ ଟିମ ଉପସ୍ଥିତିରେ ଉଦ୍ଧାର କରା ଯାଇଛି l ସୂଚନା ଅନୁସାରେ ଜ୍ରାକି ରାହା ଗାଁର ଆଲୋକ ଦିଗାଲଙ୍କ ସ୍ତ୍ରୀ ଶାନ୍ତିଲତା ଦିଗାଲ ପରିବାରିକ କଳହ ଯୋଗୁଁ ଗତ ୨୪ ତାରିଖରେ ଘରୁ କେଉଁ ଆଡେ ଚାଲି ଯାଇଥିଲେ I ପରେ ପରିବାର ତରଫରୁ ଖୋଜା ଖୋଜି ପରେ ମହିଳାଙ୍କ କୌଣସି ପତ୍ତା ମିଳି ନ ଥିଲା l ଏହି ଘଟଣାକୁ ନେଇ ନିଖୋଜ ମହିଳାଙ୍କ ପିତା ଉମା ଚରଣ ଦିଗାଲ ନିଜ ଘର ବାଲିଗୁଡା ଥାନା ମିଡ଼ିଆକିଆ ପଞ୍ଚାୟତର ବୋରିକିଆ ଗ୍ରାମ ହୋଇଥିବାରୁ ବାଲିଗୁଡା ଥାନାରେ ଝିଅର ନିଖୋଜକୁ ନେଇ ଲିଖତ ଅଭିଯୋଗ କରିଥିଲେ l ଅନ୍ୟ ପଟେ ଏହି ଘଟଣାରେ ମହିଳାଙ୍କ ପରିବାର ତରଫରୁ ମଧ୍ୟ ଫିରିଙ୍ଗିଆ ଥାନାରେ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି l ତେବେ ଆଜି ସକାଳେ ଜନୟିକା ମୃତ ମହିଳା ଙ୍କ ଶାଶୁ ଜଙ୍ଗଲ କୁ ଗାଈ ଚରାଇବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେଉଥିବାରୁ ଭାଲିଆ ଗଛରେ ହାଡ଼ କଙ୍କାଳ ଝୁଲୁ ଥିବା ଦେଖିବା ପରେ ପରିବାରକୁ ଜଣାଇଥିଲେ l ଏହି ଘଟଣା ପରେ ଫିରିଙ୍ଗିଆ ଥାନାରେ ମୃତ ମହିଳା ଙ୍କ ଦିଅର ନାଟୁ ଦିଗାଲ ଙ୍କ ଲିଖିତ ଭାବରେ ଜଣାଇବା ପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ସହ ଟିମ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣା ର ସ୍ଥିତି ଅନୁଧ୍ୟାନ କରିଛନ୍ତି l ଅନ୍ୟ ପଟେ ଘଟଣା ସ୍ଥଳରୁ ହାଡ଼ କଙ୍କାଳ ଜବତ କରିବା ସହ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ମୃତ ମହିଳା ଙ୍କ ପିତା ଓ ପରିବାର ପହଂଚିବା ପରେ ପଞ୍ଚାନାମା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି I