ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ପୁରୁଣା ଗୁଣପୁର ନିକଟରେ ଏକ ମଣ୍ଡପ ଉପରେ ଅଭିନାସ ଲିମା ନାମକ ଜଣେ ହୋମ୍ ଗାର୍ଡଙ୍କ ମୃତ୍ୟୁ ଘଟିଥିଲା । ମୃତ ଅଭିନାସଙ୍କ ଘର ଗୁଣପୁର ବ୍ଲକର ପୁଟାସିଂ ଗ୍ରାମରେ ରହିଥିବା ବେଳେ ସେ ପୁଟାସିଂ ଥାନା ଅଧୀନରେ ହିଁ କାର୍ଯ୍ୟରତ ଥିଲେ । ମୃତ୍ୟୁ ସମ୍ପର୍କରେ ପରିବାର ଲୋକେ ସ୍ତାନୀୟ ପୁଲିସକୁ ଖବର ଦେଇଥିଲେ । ପୁଲିସ ଅଭିନାସଙ୍କୁ ପୁଟାସିଂ ନେଇଯିବାକୁ କହିଥିଲେ । ଫଳରେ ସ୍ଵର୍ଗ ରଥ ଯୋଗେ ତାଙ୍କ ମର ଶରୀରକୁ ପୁଟାସିଂ ନିଆ ଯାଇଥିଲା । ମୃତ ଅଭିନାଶ ଖ୍ରୀଷ୍ଟ ଧର୍ମର ହୋଇଥିବାରୁ ତାଙ୍କୁ କବର କରାଯାଇ ଖ୍ରୀଷ୍ଟ ଧର୍ମ ପରମ୍ପରା ଓ ରୀତି ନୀତି ଅନୁଯାଇ ପରିବାର ଲୋକେ ଓ ସମ୍ପର୍କୀୟମାନେ ପୋତି ଦେଇଥିଲେ । କିନ୍ତୁ ରାୟଗଡା ଏସ୍ ପି ଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଅଭିନାସଙ୍କ ମର ଶରୀରକୁ ଖୋଳି ବାହାର କରିଥିଲେ ଫଳରେ ସ୍ତାନୀୟ ଲୋକେ ଓ ସମ୍ପର୍କୀୟମାନେ ପୋଲିସକୁ ନ ଖୋଲିବା ପାଇଁ ତାଗିଦ୍ କରିଥିଲେ । ବହୁ ସମୟ ଧରି ଯୁକ୍ତିତର୍କ ପରେ ପୁଲିସ ଅଭିନାସଙ୍କ ମର ଶରୀରକୁ ଖୋଳି ବାହାରକରି ଶବ ବ୍ୟବଚ୍ଛେଦ ନିମନ୍ତେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲା । ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।