ଅବ୍ୟବସ୍ଥା ଘେରରେ ହାଉସିଂବୋର୍ଡ଼ କଲୋନୀ ସରକାରୀ ବିଦ୍ୟାଳୟ, ବିଇଓଙ୍କ ନଜର ନାହିଁ ??

ଅନୁସନ୍ଧାନ ଭାରତ(ବ୍ୟୁର): ଅବ୍ୟବସ୍ଥା ଘେରରେ ଗୁଣପୁର ହାଉସିଂବୋର୍ଡ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ । ପିଲାଙ୍କୁ ଦିଆଯାଉଛି ଅତି ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯାଉ ଥିବା ଅଭିଯୋଗ ହୋଇଛି । ପୋକ ସାଲୁବାଲୁ ପୋକରା ଚାଉଳର ଭାତ ଦିଆ ଯାଉ ଥିବା ଅବିଭାବଙ୍କ କହିଛନ୍ତି । ଆଉ ପାଠପଢା ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି । ସ୍କୁଲ କତ୍ତୃପକ୍ଷ ଓ ଶିକ୍ଷା ବିଭାଗର ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଏମିତି କରିବାକୁ ସାହସ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏଠାରେ ନିୟୋଜିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ନିଜ ମନମାନିରେ ବିଦ୍ୟାଳୟକୁ ଆସୁଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅଭିଭାବକ । ପିଲାମାନେ ପ୍ରାୟ ସ୍କୁଲ ସମୟରେ ବାହାରେ, ରାସ୍ତାଘାଟରେ ବୁଲୁଥିବା ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅର୍ଥାତ ମାତ୍ର ଦୁଇଶହ ମିଟର ବ୍ୟବଧାନରେ ଏହି ସ୍କୁଲ ରହିଥିଲେ ମଧ୍ୟ ସେମାନଙ୍କ ଦୃଷ୍ଟି ନପଡିବା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ କର୍ତ୍ତୃପକ୍ଷ ଜାଣିଛନ୍ତି ନା ଜାଣିଶୁଣି ଅନ୍ଧ ଧୃତରାଷ୍ଟ୍ର ସାଜିଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଅବିଭାବକ ମତପ୍ରକାଶ କରିଛନ୍ତି । ଏପରିକି ମଧ୍ୟାହ୍ନ ଭୋଜନ ଚାଉଳ ମଧ୍ୟ ହଡପ କରାଯାଉଥିବା ଅଭିଯୋଗ ଆସିଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ଅନ୍ଧାରରେ ରଖି ବିଭିନ୍ନ ଉନ୍ନୟନ ମୂଳକ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି। ଅପର ପକ୍ଷରେ ସଭାପତିଙ୍କୁ ବିନା ନୋଟିସରେ ବାହାର କରି ଦେଇଥିବା ନେଇ ଆଲୋଚନା ହେଉଛି । ଏଥିରେ କେଉଁମାନେ ସମ୍ପୃକ୍ତ ତାର ଉପଯୁକ୍ତ ତଦନ୍ତ ଦାବୀ କରାଯାଇଛି। ସଭାପତି ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଆଡ଼ିୟା ଶବର ସଭାପତି ପଦବୀରୁ ବାହାର କରି ସୁଶାନ୍ତ କୁମାରଙ୍କୁ ରଖାଯାଇଛି ବୋଲି କହିଛନ୍ତି I ତାଙ୍କୁ କେଉଁ କାରଣରୁ ଓ କାହିଁକି ବାହାର କରାଯାଇଛି ତାହାର ସୂଚନା ଗୁପ୍ତ ରହିଛି। ଏପରି କି ରାନ୍ଧୁଥିବା ମହିଳା ଅସୁସ୍ଥ କାରଣରୁ ଛୁଟିରେ ରହିଲେ ସ୍କୁଲର କାଯ୍ୟକର୍ତ୍ତା ଖାଲି କାଗଜରେ ତାଙ୍କ ଦସ୍ତଖତ ନେଇ ତାଙ୍କ ଛୁଟି ବଢାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ସହର ଆରମ୍ଭରେ ବିଦ୍ୟାଳୟଟି ଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅତି ନିକଟରେ ରହିଛି । ଏତେ ସବୁ ଅବ୍ୟବସ୍ଥାରେ ସ୍କୁଲ କିପରି ଚାଲୁଛି କାହାର ନଜିର ନାହିଁ ?? ତେଣୁ ଏହାର ନିରପେକ୍ଷ ତଦନ୍ତ କରାଯାଇ ପିଲାଙ୍କୁ ଉପଯୁକ୍ତ ଶିକ୍ଷା, ମଧ୍ୟାହ୍ନ ଭୋଜନ ଦେବାକୁ ସାଧାରଣରେ ଦାବି ହୋଇଛି।