ମଣ୍ଡାକିଆ ଠାରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶ୍ଵ ଜନଜାତି ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ରାଇକିଆ ବ୍ଲକର ମଣ୍ଡାକିଆ ଠାରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ସ୍ଥରୀୟ ବିଶ୍ଵ ଜନଜାତି ଦିବସ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପ୍ରଭାରୀ ବିସ୍ମୟ ମହାପାତ୍ର, ଜିଲ୍ଲା ଜନଜାତି ସଭାପତି ବିରେନ୍ଦ୍ର ପ୍ରଧାନ, କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, ପୂର୍ବତନ ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ, ଗଦାପୁର ସମିତି ସଭ୍ୟା/ଜିଲ୍ଲା ଆଦିବାସୀ ମହିଳା ସଭାନେତ୍ରୀ ରୁଦା ମଲ୍ଲିକ, କନ୍ଧମାଳ ଜିଲ୍ଲା ଅନୁସୂଚିତ ଜାତି ସଭାପତି ପ୍ରଫୁଲ ଦିଗାଳ, ମହିଳା ନେତ୍ରୀ କେସମତି ପ୍ରଧାନ, ରାଇକିଆ ବ୍ଲକ ମଣ୍ଡାକିଆ ସମିତି ସଭ୍ୟା/ରାଇକିଆ ବ୍ଲକ କଂଗ୍ରେସ ସଭାନେତ୍ରୀ କ୍ରିଷ୍ଣାପ୍ରିୟା ପ୍ରଧାନ, ନିଖିଳ ଉତ୍କଳ କୁଇସମାଜର ବରିଷ୍ଠ ନେତା ଭାସ୍କର ପ୍ରଧାନ, କୃଷକ ନେତା ସନାତନ ପ୍ରଧାନ, ଜିଲ୍ଲା କୃଷକ ସେଲ ସଭାପତି ମନୋଜ ଦିଗାଲ, ଦାରିଙ୍ଗବାଡି ବ୍ଲକ କଂଗ୍ରେସ ସଭାପତି ପ୍ରଦୀପ ନାୟକ, ଘୁ.ଉଦୟଗିରି ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, ବରିଷ୍ଠ କଂଗ୍ରେସ ନେତା ପରମା ପଣ୍ଡା, ଶ୍ରୀରାମ ଦିଗାଲ, ଜିଲ୍ଲା କଂଗ୍ରେସ ସମ୍ପାଦକ ମୀନକେତନ ସାହାଣୀ, ଫୁଲବାଣୀ ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା, ମଣ୍ଡାକିଆ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପ୍ରଧାନ, ଆଲିପି ପ୍ରଧାନ, ଶରତ ବଳିଆର ସିଂ ପ୍ରମୁଖ ଯୋଗ ଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଜିଲ୍ଲା ଅନୁସୂଚିତ ଜନଜାତି ସଭାପତି ବିରେନ୍ଦ୍ର ପ୍ରଧାନ ଓ ଜିଲ୍ଲା କୃଷକ ସେଲ ସଭାପତି ମନୋଜ ଦିଗାଳ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ସ୍ୱାଗତ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା I ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକରୁ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ I