ଅନୁସନ୍ଧାନ ଭାରତ(ବ୍ୟୁର): ବିଳମ୍ବିତ ରାତିରେ ଗୁଣପୁରର ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟର ଦୁଇ ଛାତ୍ର ଏକ ମୋଟର୍ ସାଇକେଲ୍ ରେ କଲେଜ୍ ଦେଇ ଯାଉଥିବା ସମୟରେ ଗୁଣପୁର ବାଇପାସ୍ ଛକ ନିକଟରେ ଥିବା ବଳରାମ ପଣ୍ଡାଙ୍କ ରହିଥିବା ପ୍ରତିମୂର୍ତ୍ତ ନିକଟରେ ନିଜର ଭାରସାମ୍ୟ ହରାଇ ସେଠାରେ ରହିଥିବା କରେଣ୍ଟ ପୋଲ୍କୁ ଲଗାଇ ଦେଇଥିଲେ । ଖବର ପାଇବା ପରେ ଗୁଣପୁର ପୁଲିସ୍ ଓ ଅଗ୍ନିଶ୍ରମ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଗୁଣପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାହା ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇ ଥିବାରୁ ସେମାନଙ୍କୁ ବ୍ରହ୍ମପୁରର ଏମ୍. କେ.ସି.ଜି. ଜିଲ୍ଲାର ହସ୍ପିଟାଲ ସ୍ଥାନାନ୍ତର କରାଯାଇ ଥିବା ଗୁଣପୁର ହସ୍ପିଟାଲର ଡାକ୍ତର ଓ ଏସ୍.ଡି.ଏମ୍.ଓ ସୂଚନା ଦେଇଛନ୍ତି । ଦୁର୍ଘଟଣା ଗ୍ରସ୍ଥ ଦୁଇ ଛାତ୍ର ଅତ୍ୟଧିକ ମଦ୍ୟ ପାନ କରି ଏ ଭଳି ଦୁର୍ଘଟଣାର ଶିକାର ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି । ଆହତ ଦୁଇ ଛାତ୍ର ହେଲେ ସାହିଲ୍ କୁମାର ପଣ୍ଡା ଏବଂ ସୁମିତ କୁମାର ପଟ୍ଟନାୟକ I ଦୁର୍ଘଟଣା ଗ୍ରସ୍ଥ ବାଇକ ନମ୍ବର ପଲସର୍ OD 33 S 0541 I ଗୁଣପୁରରେ ଏଭଳି ଉକ୍ତ ବିଶ୍ଵବିଦ୍ୟାଳୟର ଛାତ୍ର ମାନେ ବାଇକ ସ୍ପିଡ଼୍ ରେ ଚଲାଉ ଥିବାରୁ ସାଧାରଣ ଜନତା ସୁରକ୍ଷିତ ନ ଥିବା ଜଣାପଡିଛି । ଏ ବାବଦରେ ଆମ ପ୍ରତିନିଧି ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟର ରେଜିଷ୍ଟର ଏନ ଭି ଯେ ରାଓ ଏବଂ ଅଧକ୍ଷ୍ୟ ଜଗଦୀଶ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କୌଣସି ତଥ୍ୟ ଦେବାକୁ ମନା କରିଥିଲେ I ବିଶ୍ଵବିଦ୍ୟାଳୟ କତୃପକ୍ଷ ତୁରନ୍ତ ଏ ଦିଗରେ ଆଶୁପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। କଲେଜ କର୍ତ୍ତୃପକ୍ଷ କାହିଁକି ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଅଭିଯୋଗକୁ ଗ୍ରହଣ କରିବାକୁ ନାରାଜ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏଥିରେ କୌଣସି ମଦୁଚନ୍ଦ୍ରିକା ରହିଛି କି ବୋଲି ଗ୍ରାମବାସୀ ଓ ବୃଦ୍ଧଜିବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।