ଓଏଏସ ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ହାସଲ କରି କୃତକାର୍ଯ୍ୟ ହେଲେ ଟିକାବାଲିର ଝିଅ ଶୁଚିସ୍ମିତା ପାଣିଗ୍ରାହୀ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲି ଆଖଣ୍ଡଳମଣି ସାହିର ବାସୀନ୍ଧା ପ୍ରଫୁଲ୍ଲ ପାଣିଗ୍ରାହୀ ଓ ସୁପ୍ରଭା ପାତ୍ରଙ୍କ ଝିଅ ସୁଚିସ୍ମିତା ପାଣିଗ୍ରାହୀ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହି ଖବର ପାଇବା ପରେ ସଂପୃକ୍ତ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ପରୀକ୍ଷା ସମୟରେ ସୁଚିସ୍ମିତା ସ୍କୁଟି ଦୁର୍ଘଟଣାରେ ଶିକାର ହୋଇ ଥିଲେ । ଦୁର୍ଘଟଣାରେ ତାଙ୍କର ହାତ ଏବଂ ଗୋଡ ଭାଙ୍ଗି ଯାଇଥିଲା I ହେଲେ ବି ହାର୍ ମାନି ନଥିଲେ ସୁଚିସ୍ମିତା I ନିୟମିତ ପରିଶ୍ରମ ଓ ପୂର୍ବ ପ୍ରସ୍ତୁତି ଜାରି ରଖିଥିଲେ । ନିଜର କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ଼ ମନୋବଳ ଯୋଗୁଁ ସେ ଆଜି ଏତେ ବଡ଼ ସଫଳତା ହାସଲ କରିଛନ୍ତି ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି । ଶେଷରେ ସେ ହୁଇଲ୍ ଚ୍ୟାୟାରରେ ବସି ପରୀକ୍ଷା ଦେବାକୁ ଯାଇ ଆଜିର ଦିନରେ ନିଜକୁ ଲକ୍ଷ୍ୟସ୍ଥଳରେ ପହଂଚି ବାରେ ସାଧିତ କରିପାରିଛନ୍ତି । ସତରେ କଠିନ ପରିଶ୍ରମ, ଦୃଢ଼ ବିଶ୍ୱାସ ଏବଂ ଇଛା ଶକ୍ତି ପାଖରେ ସବୁ କିଛି ହାର ମାନିଯାଏ I ଏହି ଉକ୍ତିକୁ ବାସ୍ତବରେ ପରିଣତ କରି ନିଜର ପରିଚୟ ସୃଷ୍ଟି କରଛନ୍ତି ଶୁଚିସ୍ମିତା ପାଣିଗ୍ରାହୀ I କେବଳ କନ୍ଧମାଳ ଜିଲ୍ଲା ନୁହେଁ ବରଂ ସାରା ଓଡିଶାରେ ଆଜି ଗର୍ଵ ଓ ଗୌରବ ତଥା ଚର୍ଚ୍ଚାର ବିଷୟରେ ପରିଣତ ହୋଇଛି I ଏପରି ଏକ ବୁଦ୍ଧିମାନ ଓ କର୍ତଵ୍ୟପରାୟଣ ଛାତ୍ରୀଙ୍କୁ ପାଇ ନିଜ ବାପା ଏବଂ ମାଆ ମଧ୍ୟ ନିଜକୁ ବେଶ ଧନ୍ୟ ମନେ କରିଛନ୍ତି I ଟିକାବାଲି ଅଞ୍ଚଳରେ ଥିବା ସମସ୍ତ ଛାତ୍ର /ଛାତ୍ରୀଙ୍କୁ ପରିଶ୍ରମ କର ଫଳ ନିଶ୍ଚିତ ମିଳିବା ନେଇ ଏକ ସନ୍ଦେଶ ଦେଇଛନ୍ତି I ଏପରି ଶୁଭ ଖବର ପାଇ ଆଜି ଅଂଚଳର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷା ସମାଜ, ଏବଂ ପ୍ରଶାସନ ତରଫରୁ ଶୁଭଛାର ସୁଅ ଛୁଟିବାରେ ଲାଗିଛି I ଯାହାକି ସମଗ୍ର ଅଞ୍ଚଳ ପାଇଁ ଏକ ଗୌରବର ବୋଲି ସମଗ୍ର ଅଞ୍ଚଳରେ ମତପ୍ରକାଶ ପାଇଛି I