ସୌନ୍ଦର୍ଯ୍ୟ କରଣ ପାଇଁ ପିଡବ୍ଲୁଡି ଫେବର ବ୍ଲକ ବିଛାଇଲ ଓ ପାଣି ପାଇପ ପକାଇବା ଆଳରେ ପିଏଚଡି ଫେବର ବ୍ଲକ କାଡ଼ିଲା, ଠିକାଦାର ଓ ବିଭାଗୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ବୋଲି ଅଭିଯୋଗ କଲେ ଅଞ୍ଚଳ ବାସୀ…
ଅନୁସନ୍ଧାନ ଭାରତ(ବ୍ୟୁର): ରାସ୍ତାର ସୌନ୍ଦର୍ଯ୍ୟ କରଣ ପାଇଁ ପିଡବ୍ଲୁଡି ଫେବର ବ୍ଲକ ବିଛାଇଲ ଓ ପାଣି ପାଇପ ପକାଇବା ଆଳରେ ପିଏଚଡି ଫେବର ବ୍ଲକ କାଡ଼ିଲା I ଯାହାକୁ ନେଇ ସରକାରୀ ଟଙ୍କା ଅଯଥା ବ୍ୟୟ ହେଥିବା କହି ବିରକ୍ତି ପ୍ରକାଶ କରିଛନ୍ତି ସ୍ଥାନୀୟ ବାସୀନ୍ଧା I ବର୍ତ୍ତମାନ ସୁଦ୍ଧା ପିଏଚଡି ପକ୍ଷରୁ ତିନି ଥରରୁ ଉର୍ଦ୍ଧ୍ବ ହେବ ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଜଗାଇବା ପାଇଁ ସହରରେ ପାଇପ ପକାଯାଇଛି I ଏବାଵକୁ ଲକ୍ଷ ଲକ୍ଷ ଟଙ୍କା ସରକାର ଅନୁଦାନ ବ୍ୟୟ ହେଉଛି I ହେଲେ ବର୍ତ୍ତମାନ ସୁଦ୍ଧା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳର ଜନସାଧାରଣଙ୍କୁ ନା ମିଳୁଛି ଶୁଦ୍ଧ ପାନୀୟ ଜଳ ନା ମିଳୁଛି ପାର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ I
ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ବାହାନାରେ ବାରମ୍ବାର ପାଇପ ପକାଇ ସରକାରୀ ଅନୁଦାନକୁ ବାଟମାରଣା କରାଯାଉଛି ବୋଲି ଅଞ୍ଚଳ ବାସୀ କହିଛନ୍ତି I କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ୪ ସ୍ଥିତ ଶିବ ମନ୍ଦିର ଛକ ଠାରୁ ଜିଲ୍ଲା କୃଷି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାସ୍ତାର ଦୁଇ ପାର୍ଶ୍ଵରେ ପକା ଯାଇ ଥିବା ଫେବର ବ୍ଲକ ପାଣି ପାଇପ ପକାଇବା ଆଳରେ କାଡ଼ି ଦିଆଯାଇ ଥିବା ଦେଖା ଦେଇଛି I ଯାହାକୁ ନେଇ ଅଂଚଳର ଅଶାନ୍ତି ଦେଖା ଦେଇଛି I ସୂଚନା ଅନୁସାରେ ଗ୍ରେସିଙ୍ଗିଆ ଛକ ଠାରୁ ବନ୍ଧଛକ ପର୍ଯ୍ୟନ୍ତ ୩.୧୫୦କିମି ରାସ୍ତା ନିର୍ମାଣ ପାଇଁ ୩ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହୋଇ ଥିଲା I

ଏହା ସହ କଳିଙ୍ଗ ମହାବିଦ୍ୟାଳୟ ଠାରୁ ବନ୍ଧ ଛକ ପର୍ଯ୍ୟନ୍ତ ୧୩୦୦ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଫେବର ବ୍ଲକ ମଧ୍ୟ ବସାଯାଇ ଥିଲା I ଏହି ରାସ୍ତା କାମ କିଛି ମାସ ହେବ ସରିଛି I ବର୍ତ୍ତମାନ କିଛି ମାସ ବ୍ୟବଧାନରେ ପୁଣି ପାଣି ପାଇପ ପକାଇବା ବାହାନାରେ ଫେବର ବ୍ଲକ କାଡ଼ି ଦିଆଯାଉଛି I ଏହି ପାଇପ ବିଛାଇବା କାମ ହିଞ୍ଜିଲିକାଟୁର ଜଣେ ଠିକାଦାର କରୁଥିବା ସ୍ଥାନୀୟ ବାସୀନ୍ଧା କହିଛନ୍ତି I ଯଦି ବିଭାଗୀୟ କର୍ମଚାରୀ ଚାହିଁ ଥାନ୍ତେ ତାହାହେଲେ ଫେବର ବ୍ଲକକୁ ନ କାଡ଼ି ରାସ୍ତ ଠାରୁ କିଛି ମିଟର ଛାଡ଼ି ପାଇପ ପକାଇ ପରିଥାନ୍ତେ I ଏପରି ଦାୟୀତ୍ୱ ହୀନତା ଭାବେ ରାସ୍ତା ପାଖରେ ପାଣି ପାଇପ ପାକାଇବା ଦୁର୍ଭାଗ୍ୟ ଜନକ ବୋଲି ଘୁ.ଉଦୟଗିରି ବାସୀ କହିଛନ୍ତି I ଯାହା ଦ୍ୱାରା ରାସ୍ତା ସମ୍ପ୍ରସାରଣ ହେଲେ ପାଇପ ଖରାପ ହେବା ସହ ପୁଣି ପାଇପ ପକାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେବ ବୋଲି ଅଞ୍ଚଳର ସଚେତନ ନାଗରିକ ମତପ୍ରକାଶ କରିଛନ୍ତି I ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଜନସାଧାରଣଙ୍କ ଟିକସ ପଇସାକୁ ବିକାଶ ଆଳରେ ହରିଲୁଟ ନ କରନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି I ଏହା ଠିକାଦାର ଓ ବିଭାଗୀୟ ସ୍ଥାନୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ସରକାରୀ ଅନୁଦାନ ଉପଯୁକ୍ତ ସ୍ଥାନରେ ଜନସାଧାରଣଙ୍କ ହିତସାଧନ ପାଇଁ ଖର୍ଚ୍ଚ ହେଉ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି I ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ I