ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲ ନର୍ସିଂ ତାଲିମ କେନ୍ଦ୍ର ପକ୍ଷରୁ କରମଣ୍ଡଳ ଟ୍ରେନ ଟ୍ରାଜେଡିରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ବାଲେଶ୍ଵର ଜିଲ୍ଲା ବାହାନାଗା ଠାରେ କରମଣ୍ଡଳ ଟ୍ରେନ ଟ୍ରାଜେଡିରେ ମୃତ ଯାତ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲ ନର୍ସିଂ ତାଲିମ କେନ୍ଦ୍ର ପକ୍ଷରୁ ରବିବାର ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି I
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଏମଏମସିଏଚଟିର ଆଡ଼ମିନିଷ୍ଟ୍ରେଟର ଡାକ୍ତର ପ୍ରଦୀପ କୁମାର ମଲ୍ଲିକ, ଆଚାର୍ଯ୍ୟ ରାଜକିଶୋର ଦିଗାଲ, ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ, ସମାଜସେବୀ ମହମ୍ମଦ ଜିଆଉଦ୍ଦିନ, ଅଵସର ପ୍ରାପ୍ତ ବିଏସଏଫ କିଶୋର ଚନ୍ଦ୍ର ନାୟକ, ବିଶୋପ ଆଚାର୍ଯ୍ୟ ବାଞ୍ଛାନିଧି ନାୟକ, ସ୍ଥାନୀୟ ଥାନାଧିକାରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ତାଲିମ ନେଉଥିବା ନର୍ସିଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥି ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ମଧ୍ୟ ପାଇଁ ଆସୁଆରୋଗ୍ୟ କାମନା କରିଥିଲେ I