ଲିଙ୍ଗାଗଡ଼ ଠାରେ ବନ୍ଧରେ ବୁଡ଼ି ଦୁଇ ମହିଳା ମୃତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଲିଙ୍ଗଗଡ଼ ଠାରେ ଦୁଖଦ ଘଟଣା ଘଟୁଛି I ବନ୍ଧରେ ଗାଧେଇବା ସମୟରେ ବୁଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି I ମୃତ ମହିଳା ଦୁଇ ଜଣ ହେଲେ ଜଚେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତି ପ୍ରଧାନ ଓ ବଳଦେବ ପ୍ରଧାନଙ୍କ ସ୍ତ୍ରୀ କୁରୁମଣି ପ୍ରଧାନ I ସୂଚନା ଅନୁସାରେ ଦୁଇ ମହିଳା ସକାଳ ପ୍ରାୟ ୭ ଘଣ୍ଟିକା ସମୟରେ ବିଲରେ ଗୋବର ଖତ ପକାଇ ଗାଧୋଇବାକୁ ଯାଇ ଥିଲେ I ଏହି ସମୟରେ ପ୍ରଥମେ କୁରୁମଣି ପ୍ରଧାନ ବୁଡ଼ି ଯାଇଥିଲେ I ତାଙ୍କୁ ଉଦ୍ଧାର କରିବାକୁ ଯାଇ ସୂର୍ଯ୍ୟକାନ୍ତି ପ୍ରଧାନ ମଧ୍ୟ ବୁଡ଼ି ଯାଇ ଥିଲେ I ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ଦୁଇ ମୃତ ଦେହ ଉଦ୍ଧାର କରି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା I ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇ ଥିବା ସୂଚନା ମିଳିଛି I