୪୨ ବର୍ଷ ପୁରୁଣା ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ନାହିଁ ଯାତ୍ରୀବିଶ୍ରାମ ଗାର, ଯଥା ସମ୍ଭବ ଯାତ୍ରୀବିଶ୍ରାମ ଗାର ନିର୍ମାଣ ପାଇଁ ଦାବୀ କଲେ ଆଇନଜୀବୀ ଓ ବରିଷ୍ଠ ନାଗରିକ….

ଘୁ.ଉଦୟଗିରିବାସୀଙ୍କ ପାଇଁ ସରକାରୀ ଯୋଜନା ମାଳମାଳ, ହେଲା ବର୍ତ୍ତମାନ ସୁଦ୍ଧା ନିର୍ମାଣ ହୋଇ ପାରିନାହିଁ ସହରରେ ଯାତ୍ରୀ ଵିଶ୍ରାମ ଗାର..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର I ଯାହା କି ବହୁ ପୁରାତନ ସହର ଓ ବହୁ ପୁରାତନ ଏନଏସି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ୧୯୭୯ ମସିହାର ଗଠିତ ଏନଏସି । କିନ୍ତୁ ଏନଏସି ହେବା ପରଠାରୁ ଯେଉଁ ହାରରେ ବିକାଶ ହେବା କଥା ତାହା ବର୍ତ୍ତମାନ ସୁଦ୍ଧା ହୋଇ ପାରି ନାହିଁ । ସାଧାରଣତଃ ଅତ୍ଯାଆବଶ୍ଯକ ଥିବା ଯାତ୍ରୀ ବିଶ୍ରାମ ଗାର ନିର୍ମାଣ ହୋଇନପାରିବା ଆତ୍ୟାନ୍ତ ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇବା ସହ ଏଥିରୁ ଏନଏସିର ବିକାଶ ବାରି ହୋଇ ପଡୁଛି ବୋଲି ଅଞ୍ଚଳ ବାସୀ କହିଛନ୍ତି । ସଧାରଣ ଜନତାଙ୍କ ଅଭିଯୋଗ ଅନୁଶାରେ ଏନଏସିରେ ଅନାବଶ୍ଯକ ପରିଚୟ ଗ୍ରୁହ, କମୁନିଟି ସେଣ୍ଟର ଭଳି ମାଳ ମାଳ ଘର ନିର୍ମାଣ କରାଯିବା ସହିତ ବ୍ଯବହାର ହେଉନଥିବା ରାସ୍ତାରେ ଆଲେକମାଳାରେ ସଜିତ କରିବା ଓ ସରକାରୀ ନିୟମକୁ ନ ମାନି ଫେବରବ୍ଲକ ବିଛା ଯାଇ ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇ ଅର୍ଥ ବାଟମାରଣା କରାଯାଉଛି । ଅଥଚ ସହରରେ ଯାତ୍ରୀ ଠିଆ ହେବାକୁ ଯାଗା ନାହିଁ । ଖରା ବର୍ଷା ରକ୍ଷା ପାଇବା ପାଇଁ ଯାତ୍ରୀ ବିଶ୍ରାମ ଗାର ନାହିଁ । ଯାତ୍ରୀ ବିଶ୍ରାମଗାର ନଥିବା କାରଣରୁ ରାତି ଅଧରେ ମହିଳା ଯାତ୍ରୀ ସହରରେ ଓହ୍ଲାଇବାକୁ ସୁରକ୍ଷିତ ମଣୁ ନାହାନ୍ତି । ଖରା ବର୍ଷା ହେଲେ ଯାତ୍ରୀମାନେ ଲଗେଜ ରଖିବା ସହିତ ପରିବାର ଲୋକଙ୍କୁ ସହରରେ ଥିବା ଦୋକାନ ବାରଣ୍ଡା ଗୁଡ଼ିକରେ ମୁଣ୍ଡ ଗୁଞିବାକୁ ପଡେ। ବେଳେ ବ୍ଯବସାୟୀଙ୍କ ଆକ୍ରୋଶର ଶିକାର ହେବାକୁ ପଡେ । ଯାହା ଲଜ୍ଯାର ବିଷୟ ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି ।
ଏଠାରେ ପ୍ରଶ୍ନ ଉଠୁଛି ଯେ ପଯ୍ଯାପ୍ତ ପରିମାଣରେ ସରକାରୀ ଅନୁଦାନ ଘୁ.ଉଦୟଗିରି ଏନଏସିର ବିକାଶ ପାଇଁ ଆସୁ ଥିବାବେଳେ ଯାତ୍ରୀ ମାନଙ୍କ ବିଶ୍ରାମ, ଖରା ବର୍ଷାରୁ ରକ୍ଷା କରିବା ପାଇଁ ଯାତ୍ରୀ ବିଶ୍ରାମ ଗାର ଭଳି ଅତ୍ଯାବଶ୍ଯକ ବ୍ଯବସ୍ଥାକୁ ଗୁରୁତ୍ବ ନଦେବା ଏନଏସିର ଅପାରଗତା ଏବଂ ଦୂର ଦ୍ରୁଷ୍ଟି ହିନତା ବୋଲି ବୁଦ୍ଧିଜୀବୀ କହୁଥିବା ବେଳେ ଲଜ୍ଜା ଜନକ ବୋଲି କହନ୍ତି ସାଧାରଣ ଲୋକେ । ଜରୁରୀ ନଥିବା ଯୋଜନାରେ କୋଟି କୋଟି ଖର୍ଚ୍ଚ କରାଯାଉଥିବା ବେଳେ ନିହାତି ଆବଶ୍ଯକ ଥିବା ବିଶ୍ରାମ ଗାର ନହୋଇ ପାରିବାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଜନତା । ଆଜିର ଦିନରେ କମ ଖର୍ଚ୍ଚରେ କମ ଜାଗାରେ ବିଭିନ୍ନ ମଡେଲର ଆକର୍ଷଣୀୟ ରେଷ୍ଚ ସେଟ ନିର୍ମାଣ କରାଯାଇ ପାରୁଥିବା ବେଳେ ଆଜି ପର୍ୟ୍ଯନ୍ତ ଘୁ.ଉଦୟଗିରି ଠାରେ ଯାତ୍ରୀ ବିଶ୍ରାମାଗାର ନହେବା ଦୁଖର ବିଷୟ ହୋଇଥିବା ବେଳେ ଜିଲ୍ଲା ପ୍ରସାଶନ, ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ଗୁରୁତ୍ୱ ଦେଉନ ଥିବା ପରିତାପର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି I ତେଣୁ ଯାତ୍ରୀମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ସହ ସୁରକ୍ଷିତ, ସ୍ୱଚ୍ଛ ଓ ଅନୁସାଙ୍ଗିକ ବ୍ୟବସ୍ଥା ଥିବା ଯାତ୍ରୀବିଶ୍ରାମ ଗାର ନିର୍ମାଣ ପାଇଁ ସାଧାରଣରେ ଦାବୀ ହୋଇଛି I ଘୁ.ଉଦୟଗିରି ସହର ପାଇଁ ଯାତ୍ରୀବିଶ୍ରାମ ଗାର ନିହାତି ତିଆରି ହେବାର ଆବଶ୍ୟକତା ରହିଛି I ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯଥା ସମ୍ଭବ ଯାତ୍ରୀବିଶ୍ରାମ ଗାର ନିର୍ମାଣ କରିବା ପାଇଁ ଆଇନଜୀବୀ ରାମାରାଓ ନାୟକ ଓ ବାରିଷ୍ଠ ନାଗରିକ ଅବଦୁଲ ବାରି ଦାବୀ କରିଛନ୍ତି I