ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ବନ୍ଧ ଛକରେ ଆଲୋକି କରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଵ୍ୟୟରେ ଲଗା ଯାଇଥିବା ହାଇମସ୍ତ ଲାଇଟ ଦିବାରାତ୍ର ଲାଗି ରହୁ ଥିବା ଦେଖା ଦେଇଛି I ଯାହାକି ମୁଖ୍ୟ ରାସ୍ତାରେ ଲାଗିଛି I ଏହି ଲାଇଟ ଦିନରେ ମଧ୍ୟ ଲାଗି ରହୁ ଥିବାରୁ ଅନାବଶ୍ୟକ ଭାବରେ ବିଦ୍ୟୁତ ଖର୍ଚ୍ଚ ହେଉ ଥିବା ଅଞ୍ଚଳ ବାସୀ କହିଛନ୍ତି I କେବଳ ଏତିକି ନୁହେଁ ଏହି ଲାଇଟ ଜଳିବା ଦ୍ୱାରା ଯେଉଁ ବିଦ୍ୟୁତ ଖର୍ଚ୍ଚ ହେଉଛି ତାର ବିଲ ଜନସାଧାରଣଙ୍କ ଉପରେ ଲଦି ଦିଆଯାଉଛି I ତେଣୁ ସ୍ଥାନୀୟ ବିଦ୍ୟୁତ କର୍ମଚାରୀ ଓ ଦାୟୀତ୍ୱରେ ଥିବା କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହୋଇଛି I ବନ୍ଧ ଛକ ଦେଇ ପ୍ରତ୍ୟେକ ସମୟରେ ବିଦ୍ୟୁତ କର୍ମଚାରୀ ଓ ଦାୟିତ୍ୱରେ ଥିବା କର୍ମଚାରୀ ଯାତାୟାତ କିମ୍ବା ଖଟି କରି ଥାନ୍ତି I ହେଲେ ଏହି କର୍ମଚାରୀଙ୍କ ଦିନରେ ଜଳୁ ଥିବା ହାଇମସ୍ତ ଲାଇଟ ଉପରେ କିପରି ଦୃଷ୍ଟି ପଡ଼ୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିବା ସହ କର୍ମଚାରୀଙ୍କ ଖାମଖିଆଲି ଓ କାର୍ଯ୍ୟ ଦକ୍ଷତାର ଜ୍ୱଳନ୍ତ ଉଦାହରଣ ବୋଲି ବିଦ୍ୟୁତ ଉପଭୋକ୍ତା କହିଛନ୍ତି I