ଅନୁସନ୍ଧାନ ଭାରତ(ବ୍ୟୁର): ବହୁ ଅପେକ୍ଷାର ଆଜି ଅନ୍ତ ଘଟିଛି । ଦୀର୍ଘ ୩ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିୟାନଙ୍କ ଗୁଣପୁର ଗ୍ରସ୍ଥକୁ ନେଇ ଚଳଚଞ୍ଚଳ ଗୁଣପୁର ପ୍ରଶାସନ । ପାଣ୍ଡିୟାନଙ୍କ ଗ୍ରସ୍ଥ ପୂର୍ବରୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି) ଓ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପୂର୍ବ ପ୍ରସ୍ତୁତି କାର୍ଯ୍ୟ କିପରି କରାଯିବ ତାହା ନେଇ ଆଲୋଚନା ପର୍ଯ୍ୟାଲୋଚନା ଚଳାଇଥିଲେ ।
ପାଣ୍ଡିୟାନଙ୍କ ଗୁଣପୁର ଗ୍ରସ୍ଥ ସମୟରେ ସଭା ସ୍ଥଳ ରେ ୪୦୦୦ କିମ୍ବା ତଦୁର୍ଦ୍ଧ ଜନ ସମାଗମ କରାଇବା, ସଭା ସ୍ଥଳରେ ଗ୍ରୀଷ୍ମର ପ୍ରବାହ ଦୂର କରିବା ପାଇଁ ୨୦ ଗୋଟି ଏୟାର କୁଲର୍ ଏବଂ ୨୦ ଗୋଟି ଷ୍ଟାଣ୍ଡ ପଙ୍ଖା ଲଗାଇବାକୁ ନିର୍ଦ୍ଦେଶ ଦେଇଥିବା ବିଶ୍ଵସ୍ଥ ସୂତ୍ରରୁ ସୁଚନା ମିଳିଥିବା ବେଳେ ଗତକାଲିର ସମାରୋହରେ ବିଭିନ୍ନ ପ୍ରକାର ବସ୍ , ଟ୍ରାକ୍ଟର , ପିକପ୍ ଭେନ୍ ଦ୍ଵାରା ଜିନିଷ ବୁହା ହେବା ଭଳି କେବଳ ମିଶନ ଶକ୍ତି ଓ ଏସ ଏଚ ଜି ମହିଳା ଗୃପର ମହିଳାମାନଙ୍କୁ ଅଣାଯାଇଥିଲା I ହେଲେ ଆସବାବ ପତ୍ର ଗୁଡ଼ିକ ସ୍ୱଳ୍ପ ପରିମାଣରେ ବ୍ୟବହାର କରାଯାଇଥିଲା ବୋଲି ସାଧାରଣରେ କୁହାକୁହି ହେଉଥିବା ଦେଖିବାକୁ ମିଳିଥିଲା । ଭୀଷଣ ଖରାକୁ ଦୃଷ୍ଟିରେ ରଖି ଲୋକଙ୍କ ନିମନ୍ତେ ବରଫ ମିଶ୍ରିତ ଘୋଳ ଦହିର ଚଲ୍ଲା ସହ ପାଣି ବୋତଲ ବାଣ୍ଟିବା ନିମନ୍ତେ ନିର୍ଦ୍ଦେଶ ଥିବା ବେଳେ ପାଣି ବୋତଲ ବାଣ୍ଟିବାକୁ ନଥିଲେ କୌଣସି କର୍ମକର୍ତ୍ତା କି ନଥିଲା ପାଣି ବୋତଲ । ବବି ଦାସଙ୍କ ନିର୍ଦ୍ଦେଶ ପରେ ବି ଏଭଳି ବ୍ୟତିକ୍ରମ କେମିତି ହୋଇପାରିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମାରୋହ ଅନୁଷ୍ଠିତ ହେଉଥିବା ସ୍ଥଳରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ସାମ୍ୱାଦିକ ନିମନ୍ତେ ଖବର ପରିବେଷଣ କରିବାକୁ ଅନୁମତି ଦିଆଯାଇନଥିବା ବେଳେ ସେମାନଙ୍କୁ ଅପମାନିତ କରି ଘଣ୍ଟା ଘଣ୍ଟା ଠିଆ କରାଯାଇ ବସିବାକୁ ଦିଆଯାଇନଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଗୁଣପୁର ଗସ୍ତ କରି ଅନେକ ନୂଆ ଆଶା ଓ ବିକାଶର ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ଫେରିଯାଇଛନ୍ତି । ପ୍ରଥମେ ଶେଫାଳି ପାହାଡ଼ ପରିଦର୍ଶନ କରିବା ସହ ରାମେଶ୍ୱର ମନ୍ଦିରର ଉନ୍ନତିକରଣ ନିମନ୍ତେ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ କିନ୍ତୁ ଗୁଣପୁର ପୌର ପରିଷଦର ନିର୍ବାହୀ ଅଧିକାରୀ କିମ୍ବା କୌଣସି କର୍ମଚାରୀଙ୍କୁ ସେଠାକୁ ଡକାଯାଇନଥିବା ପରିତାପର ବିଷୟ । ଗୁଣପୁର ଇଣ୍ଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତି ଓ ଜନ ସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ଗୁଣପୁର ଅଞ୍ଚଳର ସମସ୍ତ କଲେଜ ୫-ଟି ଅଧୀନକୁ ନିଆ ଯିବା ଏବଂ ଖୁବ୍ ଶୀଘ୍ର ସେଗୁଡିକରେ ନୂତନ କୋଠା ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ । ଶେଫାଳି ପାହାଡ଼ର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ କରାଯିବ ଏବଂ ୬ ମାସ ମଧ୍ୟରେ ଉକ୍ତ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ ସଚିବ । ସେଫାଳି ପାହାଡ଼ ରାସ୍ତା ପାଇଁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ଦିଆଯିବ ବୋଲି ମଧ୍ୟ କହିଥିଲେ । ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାକୁ ୧୨୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଏହି ସମୟରେ ଘୋଷଣା କରିଥିଲେ ।