ଗୋଷ୍ଠୀ ସ୍ତରିୟ ପାଚିକା ଏବଂ ସହାୟାକା ତାଲିମ ଶିବିର ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ଗୋଷ୍ଠି ଶିକ୍ଷା ବିଭାଗ ଦ୍ବାରା ବିଦ୍ୟାଳୟର ପାଚିକା ଏବଂ ସହାୟକାମାନଙ୍କର ତାଲିମ ଶିବିର ଗୋଷ୍ଠି ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣିଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଗଣେଶ୍ୱର କହଁର ଏବଂ ଏମଡିଏମ ଡାଟା ଅପରେଟର ସୁବ୍ରତ ନାୟକ ପରିଚାଳିନା କରିଥିବା ବେଳେ ପ୍ରଶିକ୍ଷକ ଭାବେ ମିତାଞ୍ଜଳି ମହାନ୍ତି ଏବଂ ପ୍ରଦିପ ମହାପାତ୍ର ଯୋଗଦେଇଥିଲେ । ଏହି ତାଲିମରେ ମୂଖ୍ୟତ ପରିଷ୍କାର ଓ ପରିଛନ୍ନତା, ମଧ୍ୟନଭୋଜନ (ପିଏମ ପୋଷଣ), ଖାଦ୍ୟରମାନ ଏବଂ ଗୁଣାବତା (ପୁଷ୍ଟିକର), ଚାଉଳ ରୋଷେଇ ଏବଂ ସଂରକ୍ଷିତ, କିଚେନ ଗାର୍ଦେନ (ପୃଷି ଉଦ୍ୟାନ), ସ୍ବାସ୍ଥ୍ୟ (ଆନେମିଆ ମୁକ୍ତ) (ଆମ୍ଳାନ ଯୋଜନା, ନିୟମିତ ଫଲିକଏସିଡ ବଟିକା ପିଲାଙ୍କୁ ଦେବା), ଆପାତଃକାଳୀନ ର୍ଦୁଘଟଣାରୁ ରକ୍ଷା ଇତ୍ୟାଦି ଉପରେ ତାଲିମ ୮ ଜୁନରୁ ୧୨ ଜୁନ ପର୍ଯ୍ୟନ୍ତ ଚାରି ଦିନ ଧର ତାଲିମି ଚାଲୁ ରହିବ । ଏହି ତାଲିମ କାର୍ଯ୍ୟକ୍ରମରେ ୭୮ ବିଦ୍ୟାଳୟରୁ ୧୫୩ ଜଣ ପାଚିକା ଏବଂ ସହାୟକା ଉପସ୍ଥିତ ରହି ତାଲିମ ନେଇ ଥିବା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କହଁର ସୂଚନା ଦେଇଛନ୍ତି ।