ହିଞ୍ଜିଳି ପୁଲିସ ଦ୍ୱାରା ୧୫ ମୋବାଇଲ ଜବତ, ଜଣେ ଗିରଫ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୁଲିସ ଶନିବାର ପୂର୍ବାହ୍ଳରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ଟି ମୋବାଇଲ ଫୋନ ଜବତ କରିଛିବ। ଉକ୍ତ ମୋବାଇଲ ଗୁଡ଼ିକ ଵିଭିନ୍ନ ସମୟରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପରିଵା ଵଜାର ଓ ଆଖପାଖ ଅଞ୍ଚଳରୁ ଚୋରି କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଗ୍ରାମ କବିଚନ୍ଦ୍ର ମାର୍ଗର ମଙ୍ଗୁଳୁ ବେହେରା । ପ୍ରକାଶ ଥାଉକି ଶନିବାର ସକାଳେ ହିଞ୍ଜିଳି ପୁଲିସ ଵିଜୁ ପଟ୍ଟନାୟକ ଛକରେ ଗାଡି ଚେକିଙ୍ଗ କରିବା ସମୟରରେ ମଙ୍ଗୁଳୁ ହିଞ୍ଜିଳି ପୁଲିସର ପେଟ୍ରୋଲିଂ ଗାଡି କୁ ଦେଖି ଦୌଡି ପଳାଇଥିଲା । ମଙ୍ଗୁଳୁ ଦୌଡିବା ଦେଖି ସନ୍ଦେହରେ ହିଞ୍ଜିଳି ପୁଲିସ କାବୁ କରିବା ସହ ତା ଠାରୁ ୪ଟି ମୋବାଇଲ ଫୋନ ପାଇଥିଲା । ଥାନାକୁ ଆଣି ପଚରା ଉଚରା କରିବା ପରେ ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳରୁ ୧୫ଟି ମୋବାଇଲ ଚୋରି କରିଥିବା ଯୁବକ ଜଣକ ମାନିଥିଲା । ମୋବାଇଲ ଗୁଡ଼ିକୁ ଜବତ କରି ଥାନାରେ ନଂ ୩୬୫/୨୩ରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ପ୍ରକାଶ କରିଛନ୍ତି ।