ବିଶ୍ଵନାଥପୁର ଠାରେ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ପକ୍ଷରୁ ଦହି ପଣା ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଜିଗଡ଼ ବ୍ଲକ ପିଇଡବ୍ଲୁ ମିଡିଆ ଏସୋସିଏସନ୍ ପକ୍ଷରୁ ବିଶ୍ଵନାଥପୁର ବିଜେପୁର ଛକ ତ୍ରିନାଥ ମନ୍ଦିର ସମ୍ମୁଖରେ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ସମାଜସେବୀ ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ବନ ଦଲେଇ, କେ ସନ୍ତୋଷ କୁମାର ପାତ୍ର, ବିଶ୍ଵନାଥପୁର ଏସଆଇ ରଜନୀକାନ୍ତ ଦୋରା, ବୁଦ୍ଦାରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ପିଇଡବ୍ଲୁ ମିଡିଆ ଏସୋସିଏସନ୍ ସଭାପତି ନିଲେଶ କୁମାର ନାଗଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏସୋସିଏସନର ବରିଷ୍ଠ ଉପଦେଷ୍ଟା ବି.ତିରୁପତି ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଆଜି ବିଶ୍ଵନାଥପୁର ସାପ୍ତାହିକ ବଜାର ଥିବାରୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କୁ ଦହି ପଣା ବଣ୍ଟନ କରାଯାଥିଲା । ଏଥିରେ ଏସୋସିଏସନର ଉପସଭାପତି ଅଜିତ ମାଝୀ, ସହ ସମ୍ପାଦକ ତୁଳସୀରାମ ପ୍ରଧାନୀ, କୋଷାଧ୍ୟକ୍ଷ ପ୍ରଭୁରଞ୍ଜନ ସାମଲ, ସଦସ୍ୟ ମଲୟ ବେନୁଆ, ଦେବାନନ୍ଦ ମାଝୀ, ଦିଲପ ହରିଜନ, ମନୋଜ ଦୋରା, ଦିଲିପ ପଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତେବେ ଆଗାମୀ ଦିନରେ ଏଭଳି ସେବା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏସୋସିଏସନ ସଭାପତି ଶ୍ରୀ ନାଗ ପ୍ରକାଶ କରିଛନ୍ତି ।