ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା(ଗ୍ରୀଟ)ର ୨୭ ତମ ବାର୍ଷିକ ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା(ଗ୍ରୀଟ)ର ୨୭ ତମ ବାର୍ଷିକ ବୈଠକ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ବିଡେକା ଭବନରେ ଅନୁଷ୍ଠିତ ବୈଠକରେ ସହରାଞ୍ଚଳରେ ବିକାଶ ଦିଗରେ ସଂସ୍ଥା ହାତକୁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହୋଇଥିଲା । ବୈଠକରେ ଭଞ୍ଜନଗର, ଆସିକା, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ହିଞ୍ଜିଳିକାଟୁ ପୌରପରିଷଦର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସମେତ ଲୋକ ପ୍ରତିନିଧି ଏବଂ ସହର ଉପକଣ୍ଠରେ ଥିବା ପଞ୍ଚାୟତର ସରପଞ୍ଚ ଗଣ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ବିଶେଷତଃ ସହରର ବିକାଶ ଓ ଉପକଣ୍ଠରେ ଗଢ଼ି ଉଠୁଥିବା ଜନବସତି ଉପରେ ଆଲୋଚନା ହୋଇଥିଲା । ବୈଠକରେ ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ବାଇଁ, ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଓ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ଉପସ୍ଥିତ ଥିଲେ ।