ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଞ୍ଚ ଦାବି କଲା ଘୁମୁସର କଳାକାର ମଞ୍ଚ…

ଅନୁସନ୍ଧାନ ଭାରତ(ବ୍ୟୁର): କଳା, ସାହିତ୍ୟ, ସଂସ୍କୃତିର ଗନ୍ତାଘର ଘୁମୁସର ମାଟି ଭଞ୍ଜନଗର । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ସ୍ଥାନ ଆଜି ସାରା ବିଶ୍ୱରେ ତାଙ୍କର କାବ୍ୟ, କବିତା ବିଭିନ୍ନ ଭାଷାରେ ଆବୃତ୍ତି କରାଯାଉଛି । ଏହା ସହିତ ଭଞ୍ଜନଗର ହେଉଛି ଗଞ୍ଜାମ ଜିଲ୍ଲାର ଏକ ଉପଖଣ୍ଡ । ଏହି ପରି ସ୍ଥାନରେ ଗୋଟିଏ ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଞ୍ଚ ନଥିବା ବଡ଼ ଦୁଃଖ ଓ ପରିତାପର ବିଷୟ ବୋଲି ଘୁମୁସର କଳାକାର ମଞ୍ଚ କ୍ଷୋଭ ପ୍ରକାଶ କରିବା ସହ ସଦସ୍ୟମାନେ ଏକତ୍ରିତ ହୋଇ ଏକ ଦାବୀ ପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି । ଭଞ୍ଜନଗର ଏବଂ ଆଖପାଖ ଅଞ୍ଚଳରେ ଅନେକ ସାହିତ୍ୟ, ସଂସ୍କୃତି, ନାଟକ ଅନୁଷ୍ଠାନ ମାନ ଗଢ଼ି ଉଠିଛି । କିନ୍ତୁ କାର୍ଯ୍ୟକ୍ରମ ଟିଏ କରିବା ପାଇଁ ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଞ୍ଚ ସୁବିଧା ନାହିଁ । ଫଳରେ ସାହିତ୍ୟକ ଅବା କଳାକାରମାନେ ସମସ୍ୟା ଭୋଗୁଛନ୍ତି । ସରକାରୀସ୍ତରରେ କୌଣସି ସୁବିଧା ହୋଇପାରିନଥିବାରୁ କଳାକାର, ନାଟ୍ୟକାର ଏବଂ ସାହିତ୍ୟିକମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ କରିବା ବେଳେ କଳାକାର ଶିବ ଶଙ୍କର ତ୍ରିପାଠୀ, ସଂସ୍କୃତି ରତ୍ନ ନାରାୟଣ ମହାରଣା, ଜଗଦିଶ ପାଣିଗ୍ରାହୀ, ଗୋବିନ୍ଦ ବେହେରା, ଅଶୋକ ମହାପାତ୍ର, ଚିନ୍ମୟ କୁମାର ବେବର୍ତ୍ତା, ହରିକୃଷ୍ଣ ସାହୁ, ଅଜୟ କୁମାର ବିଷୋୟୀ, ପ୍ରଦୀପ ସ୍ୱାଇଁ, ଜୟକୃଷ୍ଣ ପଟ୍ଟନାୟକ, ଆଦିକନ୍ଦ ଗୌଡ଼, କେଶବ ଚନ୍ଦ୍ର ଆଚାର୍ଯ୍ୟ ସହିତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।