ମାନବିକତାର ପରିଚୟ ଦେଇ ଆସୁଛି ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟୟାନ ହସ୍ପିଟାଲ, ମହାପ୍ରଣାୟ ଗାଡ଼ି ଚଳାଇ ଅସହାୟ ବୃଦ୍ଧାଙ୍କ ମୃତ ଦେହକୁ କବରସ୍ଥାନକୁ ନେବା ସହ ଶେଷକୃତ୍ୟ ସମ୍ପର୍ଣ୍ଣ କଲେ ଏମଏମସିଏଚ ଆଡ଼ମିନିଷ୍ଟ୍ରେର ଡାକ୍ତର ପ୍ରଦୀପ କୁମାର ମଲ୍ଲିକ ଓ ସହଯୋଗୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜିବି ସମାଜରେ ବଞ୍ଚି ରହିଛି ମାନବିକତା I ଯାହାର ଜ୍ୱଳନ୍ତ ଉଦାହରଣ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଦେଖିବାକୁ ମିଳିଛି I ଜଣେ ଅସହାୟତା ବୃଦ୍ଧାଙ୍କ ଯତ୍ନ ନେବା ସହ ମୃତ୍ୟୁ ପରେ ମଧ୍ୟ ଶବ ବୁହା ଯାନ ଚଳାଇବା ଠାରୁ ଆରମ୍ଭ କରି କବର ଦେଇଛନ୍ତି ଆଡ଼ମିନିଷ୍ଟ୍ରେଟର ଡାକ୍ତର ପ୍ରଦୀପ କୁମାର ମଲ୍ଲିକ ଓ ଅନ୍ୟ ସହଯୋଗୀ I ତାଙ୍କ ସହ ଏମଏମସିଏଚଟିର କର୍ମଚାରୀ ଓ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗ୍ରେସସିଙ୍ଗିଆ ସରପଞ୍ଚ ଓ ସମାଜସେବୀ ମଧ୍ୟ ଏହି ସମାଧି କାର୍ଯ୍ୟରେ ଉପସ୍ଥିତ ଥିଲେ I ସୂଚନା ଅନୁସାରେ ଦୀର୍ଘ ଦିନ ହେବ ଅସହାୟ ବୃଦ୍ଧା ଲାଇଲା ନାୟକ ପାରାଲେସ ଓ ମାନସିକ ରୋଗରେ ପୀଡ଼ିତ ଥିଲେ । ମୃତ ବୃଦ୍ଧାଙ୍କ ଘର କିରାମାହା ଗ୍ରାମରେ ହୋଇ ଥିବା ବେଳେ ତାଙ୍କର ୨ ପୁଅ ଥିଲେ I ବଡ ପୁଅର ମୃତ୍ୟୁ ହୋଇଥିବା ବେଳେ ସାନ ପୁଅ ଆଜି ପର୍ଯ୍ୟନ୍ତ ନିଖୋଜ । ଲାଇଲା ନାୟକ ହୋମ ଗାର୍ଡ ଭାବରେ ଘୁ.ଉଦୟଗିରି ଥାନା ଅଧୀନରେ କିଛି ବର୍ଷ କାର୍ଯ୍ୟ କରିଥିଲେ I

csp

ଏହି କାମ ଛାଡି ପରେ ମୂଲ ଖଟି ସେ ଚଳୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ବୟସ ପାଖାପାଖି ୬୦ ବର୍ଷ I ହେଲେ ହାଟାତ୍ ବୃଦ୍ଧା ଜଣକ ପକ୍ଷାଘାତ ଓ ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ଅସହାୟ ବୃଦ୍ଧାଙ୍କୁ ସ୍ଥାନୀୟ ସରପଞ୍ଚ ତ୍ରିଶିଳା ପ୍ରଧାନ ଓ ସମାଜସେବୀ ମହମ୍ମଦ ଜିହାଉଦ୍ଦିନ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ପ୍ରାର୍ଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ I କିଛି ଦିନ ସେଠାରେ ରହିବା ପରେ ବୃଦ୍ଧ ବୃଦ୍ଧାଙ୍କୁ ସେବା ସଦନରେ ରଖାଗଲା । ପୁଣି କିଛି ଦିନ ପରେ ସ୍ଥାନୀୟ ଏମ୍ ଏମ୍ ସି ମେଡ଼ିକାଲ୍ ଅରିସରରେ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ନିମନ୍ତେ ମହମ୍ମଦ ଜିଆଉଦ୍ଦିନ ଓ ଡାକ୍ତର ପ୍ରଦୀପ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରକୋଷ୍ଠ ଖୋଲାଗଲା ଓ ସେଠାରେ ତାଙ୍କୁ ରଖାଗଲା । ୨୬ ନଭେମ୍ବର ୨୦୨୩ ତାରିଖ ଠାରୁ ଏମ୍ ଏମ୍ ସି ମେଡ଼ିକାଲରେ ବୃଦ୍ଧାଙ୍କ ରହୁଥିଲେ । ସେଠାରେ ତାଲିମ ପ୍ରାପ୍ତ ନର୍ସମାନେ ତାଙ୍କର ପ୍ରତିଦିନ ଯତ୍ନ ନେଉଥିଲେ । ସୋମବାର ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା I ହେଲେ ୨୩ ତାରିଖ ସକାଳ ୧୦ ଘଣ୍ଟିକା ସମୟରେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳକୁ ଏମଏମସି ଅଧିକାରୀ ଡକ୍ଟର ପ୍ରଦୀପ ମଲ୍ଲିକ, ଆଲୋକ ଚନ୍ଦ୍ର ନାୟକ, ଅନିଲ କୁମାର ପ୍ରଧାନ, ଅନ୍ୟ କର୍ମଚାରୀଙ୍କ ସମେତ ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ ପହଞ୍ଚିଥିଲେ I ବୃଦ୍ଧାଙ୍କ ମୃତ ଦେହକୁ ମହାପ୍ରଣାୟ ଗାଡ଼ି ଦ୍ବାରା କିରାମାହା କିରାମାହା ନିଆଯାଇଲା । ଅତି ଦୁଃଖ କଥା ମହାପ୍ରଣାୟ ଗାଡ଼ି ଚଳାଇବା ପାଇଁ ଚାଳକ ନ ଥିବାରୁ ଏମଏମସିଏଚଟିର ଆଡ଼ମିନିଷ୍ଟ୍ରେଟର ଡାକ୍ତର ପ୍ରଦୀପ କୁମାର ମଲ୍ଲିକ ଗାଡ଼ି ଚଳାଇ ମୃତ ଦେଖ କବର ସ୍ଥାନକୁ ନେଇ ମାନବିକତା ଦେଖାଇ ଥିଲେ I ତାଙ୍କ ନିଜ ସମ୍ପର୍କୀୟ କେହି ନଥିବା ଯୋଗୁଁ ସମାଧି ସ୍ଥଳରେ ଜେସିବି ଦ୍ବାରା ଗାତ ଖୋଳି ଖ୍ରୀଷ୍ଟୀୟ ରୀତି ଅନୁସାରେ ତାଙ୍କୁ ସମାଧି ଦିଆଗଲା । ଏହି ସମାଧି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ତ୍ରିଶିଳା ପ୍ରଧାନ, ଡଃ ପ୍ରଦୀପ ମଲ୍ଲିକ, କୀରାମାହା ଗ୍ରାମର ମୁନ୍ନା ପଟ୍ଟନାୟକ, ଅବସର ପ୍ରାପ୍ତ ସୈନିକ କିଶୋର ଚନ୍ଦ୍ର ନାୟକ, ସଚିନ ପ୍ରଧାନ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ସନ୍ତୋଷ ନାୟକ, କିଶୋର ନାୟକ, ସୁଶାନ୍ତ ନାୟକ, ଚନ୍ଦ୍ର ପ୍ରଧାନ, ସାନ ନାୟକ ଓ ଅନ୍ୟମାନେ ସମାଧି କାର୍ଯ୍ୟରେ ସହୋଯୋଗ କରିଥିଲେ । ଏମଏମସିଏଚର ଏହି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି I ୧୯ ଦଶକରୁ ଏହି ପରି ଭାବରେ ଏମଏମସିଏଚ ମାନବ ସେବା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି I