ସିପିଆଇ (ଏଲ-ଏମ)ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା….

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ବ୍ଲକରେ ସୋମବାର ସିପିଆଇ ଏମଏଲ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ପ୍ରତିବାଦ କରିବା ସହ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ୧୧ ଦଫା ଦାବି ପ୍ରଦାନ କରାଯାଇଛି । ସିପିଆଇ ଏମଏଲ ରେଡ ଷ୍ଟାର ଜିଲ୍ଲା କମିଟି ସଦସ୍ୟ କମ୍ରେଡ ପାର୍ବତୀଙ୍କ ନେତୃତ୍ୱରେ ଶତାଧିକ କୃଷକ, ମହିଳା ଓ ପୁରୁଷ ଏକତ୍ରିତ ହୋଇ ବିଭିନ୍ନ ଶ୍ଳୋଗାନ ଦେଇ ପଦଯାତ୍ରାରେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଗଣ ଧାରଣା ଦେଇଥିଲେ । ରାଜ୍ୟ କମିଟିର ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ସମ୍ପାଦକ ସିପିଆଇ (ଏମ- ଏଲ) ରେଡ ଷ୍ଟାର କମ୍ରେଡ ଶଙ୍କର, ସିପିଆଇମାନଵ ଅଧିକାର ସୁରକ୍ଷା ମଞ୍ଚର କମ୍ରେଡ ଗଗନ ଚନ୍ଦ୍ର ମଲ୍ଲିକ, କମ୍ରେଡ ଯୋଗେନ୍ଦ୍ର ୧୧ଦଫା ଦାବି ନେଇ ଗଣପ୍ରତିବାଦ କରିଥିଲେ। । ଏଥିରେ ୧୧ଟି ଦାବି ମଧ୍ୟରୁ ମୁଖ୍ୟ ଏମଜି ଏନ ଆରଜିଏ କାମରେ ବର୍ଷକୁ ୩୦୦ଦିନ କାମ ଯୋଗାଇ ଦିଆଯାଉ, ଶ୍ରମିକ୍କାର୍ଡ, ସଂଚୟଖାତା, ଏଟିଏମ୍ଆଦି ହିତାଧିକାରୀଙ୍କୁ ଲୁଟୁଥିବା ଦଲାଲଙ୍କୁ ଗିରଫ କରାଯାଉ, ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ ଓ ଅସହାୟମାନେ ଭତ୍ତା ନିମନ୍ତେ ଆବେଦନ କରିବା ୬୦ ଦିନ ମଧ୍ୟରେ ଭତ୍ତା ପ୍ରଦାନ କରିବା, ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଆଧାରକାର୍ଡ଼ ଲିଙ୍କ ଓ ଅନ୍ୟାନ୍ୟ ଆଳ ଦେଖାଇ ହଇରାଣ ନକରାଇ ହାତରେ ଟଙ୍କା ପ୍ରଦାନ ଓ ସମସ୍ୟା ଉପୁଜିଲେ ତତକ୍ଷଣାତ ସମାଧାନ କରିବା, ରାସନକାର୍ଡ ଆବେଦନ ର ୩୦ ଦିନ ମଧ୍ୟରେ ରାସନ କାର୍ଡ କରି ସାମଗ୍ରୀ ଯୋଗାଇବା ସହ ପୁରୁଣା କାର୍ଡ ରେ ସଦସ୍ୟଙ୍କ ନାମ ସଂଯୋଗ କରିବା, ବିଭିନ୍ନ ଶ୍ରମିକ କାର୍ଡ ୨୦ ଟଙ୍କାରେ ପଞ୍ଜିକରଣ କରିବା ସହ ୬୦ ଦିନ ମଧ୍ୟରେ କାର୍ଡ ପ୍ରଦାନ କରିବା, ବାସହିନ ପରିବାରକୁ ଆସନ୍ତା ୯୦ ଦିନ ମଧ୍ୟରେ ଆବାସ ଯୋଗାଇ ଦେବା, ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ କରିବା, ପ୍ରତିଟି ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମି ନିଯୁକ୍ତି ପ୍ରଦାନ କରିବା ସକାଶେ ଦାବି କରିଛନ୍ତି। ଏହି ଗଣଧାରଣାରେ ଵହୁ ସିପିଆଇ ଏଲଏମର ବୁଦ୍ଦିଜୀବି, ନେତାଶ୍ରମିକ ଓ ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ।