ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଆଜି ଭଞ୍ଜନଗର ଗସ୍ତ କରି ଠାକୁରାଣୀ ଯାତ୍ରାରେ ନିଜକୁ ସାମିଲ କରିଛନ୍ତି । ସେ ଆଜି ମଧ୍ୟାହ୍ନ ସମୟରେ ଦେବୀଙ୍କ ଅସ୍ଥାୟୀ ପୀଠକୁ ଯାଇ ମା ବ୍ୟାଘ୍ରଦେବୀ ଓ ମା ଠାକୁରାଣୀଙ୍କୁ ଦର୍ଶନ କରିବା ସହ ପୂଜା ଅର୍ଚ୍ଚନା କରିଥିଲେ । ଏଥିସହ ଯାତ୍ରା ଆୟୋଜନ ନେଇ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ସନ୍ଧ୍ୟା ସମୟରେ ଭିଡ ହେଉଥିବାରୁ ଶାନ୍ତି ଶୃଙ୍ଖଳା ବଜାର ରଖିବା ନେଇ ଯାତ୍ରା କମିଟି ସଦସ୍ୟ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଜିଲ୍ଲାରେ ଅନେକ ସ୍ଥାନରେ ବର୍ତ୍ତମାନ ଯାତ୍ରା ଚାଲିଥିବାରୁ ପୁଲିସ୍ ବାହିନୀ ସହ ଅଧିକରୁ ଅଧିକ ସ୍ବେଚ୍ଛାସେବୀ ନିୟୋଜିତ କରି ଯାତ୍ରକୁ ସୂଚାରୁ ରୂପେ ସମ୍ପାଦନା କରିବାକୁ କହିଥିଲେ । ଏହି ସମୟରେ ଏସ୍ଡିପିଓ ବିଶ୍ବାମିତ୍ର ହରପାଲ, ଥାନା ଅଧିକାରୀ ଧୀରେଶ କୁମାର ଦାସ, ଅତିରିକ୍ତ ଇନ୍ସ୍ପେକ୍ଟର ବିଦ୍ୟା ଭାରତୀ ନାୟକ,ଏସ୍ଆଇ କେଶବ ଷଢଙ୍ଗୀ,ଏଏସ୍ଆଇ ହରସି ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।