ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସରକାରଙ୍କ ଜଳଶକ୍ତି ବିଭାଗ ଅଧିନ ପାନୀୟ ଜଳ ଓ ପରିମଳ ବିଭାଗୀୟ ସଚିବ ଭିନି ମହାଜନ ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅନ୍ତର୍ଗତ ଶାସନ ଆମ୍ବଗାଁରେ ପହଞ୍ଚିଥିଲେ । ସେଠାରେ ଗ୍ରାମବାସୀମାନେ ସଚିବଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ସହ ଉପଢୌକନ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ସଚିବ ସେଠାରେ କେନ୍ଦ୍ରୀୟ ଅନୁଦାନ ପାଣ୍ଠି ବିନିଯୋଗରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ଯୋଗାଣ ଓ ପରିମଳ ସମ୍ପର୍କିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରି ପର୍ଯ୍ୟବେକ୍ଷଣ କରିଥିଲେ । ଶାସନ ଆମ୍ବଗାଁରେ ସ୍ଥାପିତ ୭ଟନ କ୍ଷମତା ବିଶିଷ୍ଟ ସମ୍ପଦ କେନ୍ଦ୍ରରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ, ପୃଥକୀକରଣ ଓ ପରିଚାଳନା ସମ୍ପର୍କରେ ନିୟୋଜିତ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।ପଞ୍ଚାୟତରେ ନିର୍ମିତ ହୋଇଥିବା ୧.୫ ଲକ୍ଷ କ୍ଷମତା ବିଶିଷ୍ଟ ୨ଟି ଭୂତଳ ଜଳ ଭଣ୍ଡାର ଓ ଉଚ୍ଚ ଜଳ ଭଣ୍ଡାର ସହ ବିଭିନ୍ନ ସାହି ବସ୍ତିକୁ ଯୋଗାଣ ହେଉଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣର ସୁବିଧା ଅସୁବିଧା ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ପରିମଳ କମିଟି ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ବାଦୀ ଆମ୍ବଗାଁ ଗସ୍ତ କରି ୧୦ ଗୋଟି ଯୋଡ଼ା ଶୋଷକ ଖାତ,୨୫ଟି ନଳକୂପ ଲିଚଖାତ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ । ସଚିବଙ୍କ ଗସ୍ତ ସମୟରେ ରାଜ୍ୟ ପରିମଳ ସଚିବ ଜି.ପରମେଶ୍ବର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ, ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଛତ୍ରପୁର ଜଳ ଓ ପରିମଳ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସୁରେଶ ଚନ୍ଦ୍ର ମହାନ୍ତ, ବ୍ରହ୍ମପୁର ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଇଂ ବିକାଶ ଚନ୍ଦ୍ର ସାମଲ, ଜିଲ୍ଲା ପରାମର୍ଶ ଦାତା ନମିତା ନାହାକ, ଛତ୍ରପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜନକ ବଳିଆରସିଂ, ହିଞ୍ଜିଳିକାଟୁ ନିର୍ବାହୀ ଯନ୍ତ୍ରୀ ଇଂ କିଶୋର ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଏ.ସୁଦର୍ଶନ, ନିର୍ବାହୀ ଅଧିକାରୀ ବାସୁଦେବ ବେହେରା, ସରପଞ୍ଚ ଦନାର୍ଦ୍ଦନ ସେଠୀ, ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାୟକ ଓ ପ୍ରସନ୍ନ କୁମାର ଦଳାଇ, ଗୋପାଳ ପାଢ଼ୀ, ନୀଳାଚଳ ପାଢ଼ୀ, ଭଗବାନ ଗୌଡ଼, ମିଶନ ଶକ୍ତି ସଦସ୍ୟା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।