ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସାରା ରାଜ୍ୟରେ ଓଡ଼ିଶା ଅମଲା ସଂଘର ବିଭିନ୍ନ ଦାବୀ ନେଇ
ନିଜ ନିଜ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରାଯାଇଛି I
ସେହିଭଳି ଘୁ.ଉଦୟଗିରି ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ କଳା ବ୍ୟାଜ ପିନ୍ଧି ଓଡ଼ିଶା ଅମଲା ସଂଘର ସଭ୍ୟ ସଭ୍ୟାଙ୍କ ଦ୍ୱାରା ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି I ସେମାନଙ୍କ ମୁଖ୍ୟ ଦାବୀ ହେଲା ମିଶନ ଗ୍ରେଡ଼ ପେ ୪୨୦୦ ପ୍ରଦାନ I ଆଜିର ଏହି କଳାବ୍ୟାଜ ପ୍ରତିବାଦ ସଭାରେ ଗୀତାଞ୍ଜଳି ଦାଶ, ଆଶିଷ ପାଣିଗ୍ରାହୀ, ଅଶୋକ ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ, ପୁଷ୍ପାରାଣୀ ପଣ୍ଡା, କାଶୀନାଥ ସେଠୀ, ଶିଶିର କାନ୍ତ ଦିଗାଲ, ପ୍ରଦୀପ କୁମାର କଁହର, ହରପ୍ରସାଦ ରାଉତ ରାୟ, ସାନନ କଁହର, ବିଶ୍ୱଜିତ ନାୟକ, ବିକାଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ I