ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ଆନ୍ଧ୍ର ସୀମାନ୍ତ ଅଂଚଳ ଶ୍ରୀକାକୁଲମ ଜିଲ୍ଲା କାତ୍ରାଗାଡ଼ା ନିକଟରେ ୪ଟି ହାତୀଙ୍କ ମୃତ ଦେହ ଠାବ ହୋଇଛି । ପ୍ରକୃତରେ ହାତୀଙ୍କ ମୃତ୍ୟୁ କେମିତି ଘଟିଛି ସ୍ପଷ୍ଟ ହୋଇ ନଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି I
କାରଣ ବିଦ୍ୟତ ଟ୍ରାନ୍ସଫର୍ମ ନିକଟରେ ହାତୀଙ୍କ ମୃତ ଦେହ ପଡିରହିଛି । ଅପରପକ୍ଷେ ଏହି ମୃତ ହାତୀ ଗୁଡ଼ିକ ଓଡ଼ିଶା ହାତୀ ନା ଆନ୍ଧ୍ରର ସ୍ପଷ୍ଟ ହୋଇ ନାହିଁ । ଘଟଣା ସ୍ଥଳରେ ଆନ୍ଧ୍ର ପୁଲିସ ଓ ବନ ବିଭାଗ ପହଂଚି ସ୍ଥିତି ଅନୁଧ୍ୟାନ କରୁଛି । ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈ ହାତୀ ୨ଟି ଅଣ୍ଡିରା ହାତୀ ରହିଥିବାର ଜଣାପଡିଛି I ତଦନ୍ତ ପରେ ତମାମ ଘଟଣା ଉପରେ ପରଦା ହଟିପାରିବ ବୋଲି ସ୍ଥାନୀୟ ବାସିନ୍ଦା ଦମତପ୍ରକାଶ କରିଛନ୍ତି ।