ଅନୁସନ୍ଧାନ ଭାରତ(ବ୍ୟୁର): ମିସ ଫ୍ଲୋରେନ୍ସ ନାଇଟେଞ୍ଜେଲଙ୍କ ଜନ୍ମଦିବସକୁ ଅର୍ଥାତ ମେ ମାସ ୧୨ ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ସେବିକା ଦିବସ ରୂପେ ପାଳନ କରାଯାଇଥାଏ I ୧୯୨୦ ମସିହା ମେ ମାସ ୧୨ ତାରିଖରେ ଇଟାଲୀରେ ଜନ୍ମଗ୍ରହଣ କରି ଜଣେ ନିସ୍ଵାର୍ଥପର ସେବିକା ଭାବେ ସେ ତାଙ୍କ ଜୀବନ କାଳରେ ସେବା କରିଥିଲେ I
ସେବାକୁ ବିଶେଷ ଗୁରୁତ୍ୱ ଦେଇ ଅବିବାହିତ ରହିଥିଲେ I ମିସ ଫ୍ଲୋରେନ୍ସ ୧୯୧୦ ଅଗଷ୍ଟ ୧୩ ତାରିଖରେ ମେ ଫେୟାର ଲଣ୍ଡନରେ ମୃତ୍ୟୁ ବରଣ କରିଥିଲେ I ଆଜି ତାଙ୍କ ଜନ୍ମଜୟନ୍ତୀରେ ସ୍ଥାନୀୟ ଏମ.ଏମ.ସି.ହସ୍ପିଲର ଆଡ଼ମିନିଷ୍ଟ୍ରେଟର ଦୀପକ ମଲ୍ଲିକଙ୍କ ନେତୃତ୍ୱରେ ତାଲିମ ନେଉଥିବା ସେବିକା ଓ ମେଡିକାଲ କର୍ତୃପକ୍ଷଙ୍କ ଦ୍ୱାରା ଆନ୍ତର୍ଜାତୀୟ ସେବିକା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
ଯେଉଁ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ସେବା ଓ ସେବିକାଙ୍କ କର୍ତ୍ତବ୍ୟ ଉପରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ I ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରତିକାନ୍ତ ସାହୁଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧି, ଲୋକ ପ୍ରତିନିଧି ଓ ସମାଜସେବୀ ଯୋଗ ଦେଇଥିଲେ I
Prev Post