ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଘୁ.ଉଦୟଗିରି ପ୍ରଶାସନ ଦ୍ୱାରା ଜରୁରୀ କାଳୀନ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟର ପ୍ରେଖ୍ୟାଳୟ ଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ଅନୁରୋଧ କ୍ରମେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ଏନଏସି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁଙ୍କ ସମେତ ଦମକଳ ବାହିନୀ ଅଧିକାରୀ, ବ୍ଲକ ଅଧୀନରେ ଥିବା ବହୁ ଜନ ପ୍ରତିନିଧି ସରପଞ୍ଚ, ୱାର୍ଡ଼ ମେମ୍ବର, ସମିତି ସଭ୍ୟଙ୍କ ସହ କାର୍ଯ୍ୟରତ ସାମ୍ବାଦିକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସମ୍ଭାବ୍ୟ ବାତ୍ୟା ର କିପରି ସମସ୍ତେ ମିଳିମିଶି ମୁକାବିଲା କରିଵା ତାହା ଉପରେ ବିଶେଷ ଆଲୋଚନା ହୋଇ ଥିଲା I ସ୍ଥାନୀୟ ତହସିଲଦାର ଏହି ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି I