ଏମଏମସି ହସ୍ପିଟାଲ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁଙ୍କ ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରିର ଏମଏମସି ହସ୍ପିଟାଲ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି I ଆଜି ଅର୍ଥାତ ୦୭ ମେ ୨୦୨୩ ରବିବାରଦିନ ସକାଳ ୯.୦୦ ଘଂଟିକା ଠାରୁ ଅପରାହ୍ନ ୧୨.୩୦ ଘଂଟିକା ପର୍ଯ୍ୟନ୍ତ ଶିବିର ଅନୁଷ୍ଠିତ ହୋଇଥିଲା I ଉକ୍ତ ଶିବିରକୁ ଶ୍ରୀ ଉଦୟ ନାଥ ନାୟକ(ବି.ଜେ.ଡି ବ୍ଲକ ସଭାପତି), ଡାକ୍ତର ଦେବରାଜ ଦାସ( ମେଡିକାଲ ଅଫିସର, ଏମଏମସି ହସ୍ପିଟାଲ ଘୁ.ଉଦୟଗିରି ), ଡାକ୍ତର ପ୍ରଦୀପ ଚନ୍ଦ୍ର ମଲିକ ( ପରିଚାଳକ, ଏମଏମସି ହସ୍ପିଟାଲ ଘୁ.ଉଦୟଗିରି), ଶ୍ରୀ ଆଲୋକ ଚନ୍ଦ୍ର ନାୟକ (ସମ୍ପାଦକ, ଏମଏମସି ହସ୍ପିଟାଲ ଘୁ.ଉଦୟଗିରି), ଶ୍ରୀ ଅନିଲ କୁମାର ପ୍ରଧାନ (କୋଷାଧ୍ୟକ୍ଷ,ଏମଏମସି ହସ୍ପିଟାଲ ଘୁ.ଉଦୟଗିରି) ଏବଂ ଏମଏମସି ହସ୍ପିଟାଲ ଘୁ.ଉଦୟଗିରିର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ ଅତିଥି କାର୍ୟକ୍ରମ ଆରମ୍ଭ କରିଥିଲେ I ଏଥିରେ ସମସ୍ତ ପ୍ରକାର ଚକ୍ଷୁର ପରୀକ୍ଷା ନିଃଶୁଳ୍କ କରାଯାଇ ଥିଲା I ଏହି ଶିବିରରେ ମୋଟ ୧୧୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଥିବା ବେଳେ ମୋଟ ୨୧ଙ୍କୁ ଚସମା ପ୍ରଦାନ ଓ ମୋଟ ୩୦ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା I ଏହା ସହ ୨୦ ଜଣଙ୍କ ଅସ୍ତ୍ର ପଚାର ନିମନ୍ତେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦେବା ସହ ମୋଟ ୧୫ ଜଣ ଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା ଓ ଫୋଟ ସଙ୍ଗ୍ରହ ସହ ୧୫ ଜଣଙ୍କ ରେଟିନା ଚେକ ଅପ କରା ଗଲା I ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ରୀ ସୁକେଶ ପାଣିଗ୍ରାହୀ, ମିସ ଭାଗ୍ୟଲତା ଗୌଡ଼ (ଚିଫ ଅପଟୋମେଟ୍ରିଷ୍ଟ), ମିସ ଗାୟତ୍ରି ସେଠି, ମିସ ଦାମିନୀ ସ୍ୱାଇଁ , ମିସ ଦୀପିକା ରାଉତ, ମିସ ସୋନାଲି ସ୍ୱାଇଁ (ଚକ୍ଷୁ ଟେକ୍ନିସିଆନ) ପ୍ରମୁଖ ସହଯୋଗ କରିବା ସହ ଶ୍ରୀ ରଘୁନାଥ ପଢି ଶିବିରକୁ ପରିଚାଳନା କରିଥିଲେ I