ରୋଗୀକୁ ଉଚିତ ସେବା ଯୋଗାଇବା ଦାବି କଲା ଟିକାବାଲି ସାମ୍ବାଦିକ ସଂଘ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ନିରପେକ୍ଷ ସୁବିଧା ଦେବା ପାଇଁ ଯୁଗ୍ମ ଅଧିକାରୀଙ୍କୁ ଦାବୀକଲା କନ୍ଧମାଳ ଜିଲ୍ଲା ଟିକାବାଲି ସାମ୍ବାଦିକ ସଂଘ l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଟିକାବାଲି ବ୍ଲକର ବିଭିନ୍ନ ଅଞ୍ଚଳ ତଥା ଚକାପାଦ ବ୍ଲକ, କଳିଙ୍ଗିଆ, ଶଙ୍ଖରାଖୋଲ ଅନ୍ୟନ୍ୟ ଅଞ୍ଚଳରୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି l ସ୍ୱାସ୍ଥ୍ୟ ସେବା ଯେପରି ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କାଳୀନ ସେବା ପାଇଁ ସ୍ପେସଲିଷ୍ଟ ଡାକ୍ତରଙ୍କ ସହ ଅନ୍ୟନ୍ୟ ଚିକିତ୍ସା ପାଇଁ ମଧ୍ୟ ନିୟୋଜିତ ଥିବା ଡାକ୍ତର ସଠିକ ଭାବରେ ରୋଗୀଙ୍କୁ ସେବା ଦେବା ନିମନ୍ତେ ଅବଗତ କରାଯାଇଥିଲା l ରୋଗୀଙ୍କୁ ଉତ୍ତମ ବ୍ୟବହାର କରିବା, ଛୋଟ ଛୋଟ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଦେବା ପାଇଁ ମଧ୍ୟ ଦାବୀ ଜଣାଇ ଛନ୍ତି ସାମ୍ବାଦିକ l ଯାହାରୀ ଫଳରେ ଟିକାବାଲିରୁ ଫୁଲବାଣୀ କିମ୍ବା ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର ନ କରିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ କୁହାଯାଇଥିଲା l ଅଞ୍ଚଳରେ ରୋଗୀଙ୍କୁ ଯେପରି ଆମ୍ବୁଲାନ୍ସ ସେବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ସମସ୍ତ ସୁବିଧା ଯେପରି ପାଇବେ ସେ ସମସ୍ତ ବିଷୟରେ ସାମ୍ବାଦିକ ସଂଘ ତରଫରୁ ଡ଼ଃ ଜେନାଙ୍କୁ ଦାବୀ କରାଯାଇଥିଲା l