ବିଜେପୁର ଥାନାଞ୍ଚଳରେ ୩ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଥାନାରେ ମାମଲା, ୫ ଅଭିଯୁକ୍ତ ଫେରାର…..

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଲଜ୍ୟା ଜନକ ଘଟଣା । ଏହି ଥାନା ଅଞ୍ଚଳର ବେନଗାଁ ଠାରେ ଅନୁଷ୍ଠିତ ମାଁ ତାରିଣୀ ଯାତ୍ରା ନାଟକ ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ତିନଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ତିନିଜଣ ନାବାଳିକାଙ୍କୁ ସେହି ଥାନାଞ୍ଚଳର ୫ଜଣ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଏବେ ବିଜେପୁର ଥାନାରେ ରୁଜୁ ହେଇଛି । ଏନେଇ ପିଡିତଙ୍କ ଅଭିଯୋଗ ଆଧାରରେ ବିଜେପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବିଜେପୁର ଥାନାଧିକାରୀ ଲିଙ୍ଗରାଜ ସେଠି ମାମଲାର ତଦନ୍ତ କରୁଛନ୍ତି । ତେବେ ଅଭିଯୁକ୍ତ ୫ଜଣ ଫେରାର ହୋଇଯାଇଥିବା ବେଳେ ୩ଜଣ ନାବାଳିକାଙ୍କ ଆଜି ଡାକ୍ତରୀ ମାଇନା କରାଯାଇଛି ।