କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ୨୦୨୩ ଆୟୋଜିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ ପଞ୍ଚାୟତ ସ୍ଥିତ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ କାଉଗୁଡା ଠାରେ ବାର୍ଷିକ ଉତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ଦୋରା ସ୍ବାଗତ ଅଭିଭାଷଣ ଦେବା ସହ ବିଦ୍ୟାଳୟର ଅଗ୍ରଗତି ବିବରଣୀ ପାଠ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପିଏଆଟିଡିଏ ଥୁ.ରାମପୁର ଟୁନୁ ମେହେର ଯୋଗଦେଇ ଥିବାବେଳେ ମୂଖ୍ୟ ବକ୍ତା ଭାବେ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ ଯୋଗଦେଇଥିଲେ I ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝୀ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ପଙ୍କଜ ବଳିଆରସିଂ, ଜିଲ୍ଲା ଶିକ୍ଷା ନିରୀକ୍ଷକ ନବରଙ୍ଗପୁର କୈଳାସ ଚନ୍ଦ୍ର ମହାରଣା, ଲାଞ୍ଜିଗଡ଼ରୋଡ ସରପଞ୍ଚ ସୁଶ୍ରୀ ମମତା ଶବର, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ଖଲିଆଭଟା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା, ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ କଳାହାଣ୍ଡି ଶାଖା ସଭାପତି ସୂର୍ଯ୍ୟନାରାୟଣ ପଣ୍ଡା, ସ୍କୁଲ ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର ପ୍ରମୁଖ ମଞ୍ଚାସୀନ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଶିକ୍ଷଣୀୟ ଓ ମନୋରଞ୍ଜନ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ଗଜରାଜପୁର ୱାଡ଼ ମେମ୍ବର ତଥା ଯୁବ ଯାଦୁଗର କଷ୍ଟି ମାଝୀଙ୍କ ଯାଦୁ ବିଶେଷ ଆକର୍ଷଣୀୟ କରିଥିଲା ଏବଂ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବାଲ୍ୟବିବାହ ଉପରେ ଆଧାରିତ ଏକ ନାଟକର ପ୍ରଦର୍ଶିତ ହୋଇଥିଲା। ପ୍ରଥମେ କାର୍ଯ୍ୟକ୍ରମକୁ ଏନ୍ ସି.ସି ଅଫିସର ସନ୍ଦୀପ ସୈାରଭ ମିଶ୍ର ଓ ଖେଳ ଶିକ୍ଷକ ଲମ୍ବୋଦର ସାହୁ ପରିଚାଳନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ କୁମାର ପାତ୍ର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ସଫଳ ନିମନ୍ତେ ନରେଶ କୁମାର ସାହୁ, ଗୋକୁଳ ପାତ୍ର, ହିନ୍ଦୀ ଶିକ୍ଷୟିତ୍ରୀ ରଶ୍ମିତା ସାହୁ, କଳା ଶିକ୍ଷୟତ୍ରୀ ଅଜ୍ଞଳୀ ସାହୁ, କୃଷି ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ପରମାନନ୍ଦ ସାହୁ, ଜଗନ୍ନାଥ ନାଏକ, ଗୌରଚନ୍ଦ୍ର ପଟ୍ଟନାୟକ, କୃଷି ଶିକ୍ଷୟିତ୍ରୀ ସବିତା ଜଗତ, ଅରୁଣ ପଣ୍ଡାଙ୍କ ସମେତ ସ୍କୁଲର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।