କନ୍ଧମାଳ ଜିଲ୍ଲାରେ ଟିପିଏସଓଡିଏଲର ମନମାନି: ମରାମତି ବାହାନାରେ ହେଉଛି ଆଘୋଷିତ ବିଦ୍ୟୁତକାଟ, ଉପଭୋକ୍ତା ହନ୍ତସନ୍ତ….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ I ଯାହା ପାଇଁ ଅସହ୍ୟ ତାତି କମିବାର ନାଁ ନେଉନାହିଁ । ସକାଳ ୮ରୁ ପ୍ରବଳ ଖରା ହେଉଥିବା ବେଳେ ବାହାରକୁ ବାହାରିବା କଷ୍ଟ ହେଉଛି । ମୁଣ୍ଡ ଫଟା ଖରା ହେଉଛି ଦେହରେ ଖରା ବାଜିଲେ ଛୁଞ୍ଚି ଫୋଡ଼ିବା ଭଳି ମନେହେଉଛି I ତାସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜୀବନ କଲବଲ ହେଉଛି I ଏତିକି ବେଳେ ଘୁ.ଉଦୟଗିରି ଅଞ୍ଚଳରେ ବିଦ୍ୟୁତ୍ ବିଭାଗ ଦାଉ ସାଧୁଛି । ଟିପିଏସଓଡିଏଲର ମନମୁଖୀ ଯୋଗୁଁ ଅଘୋଷିତ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅଞ୍ଚଳରେ ୩୬.୪ ଡିଗ୍ରୀ ତାପମାତ୍ରା ସହ ଗ୍ରୀଷ୍ମର ପ୍ରୋକପ ପ୍ରବଳ ସାଙ୍ଗକୁ ଖରାର ତାତି ଅସହ୍ୟ ହୋଇ ଭୀଷଣ ତାପପ୍ରବାହ ହେଉଥିବାରୁ ଜନ ସାଧାରଣ ଘରେ ଫ୍ୟାନ ତଳେ ରହିବାକୁ ନିରାପଦ ମନେକରୁଛନ୍ତି । କିନ୍ତୁ ବିଦ୍ୟୁତ୍ ବିଭାଗର ଅବ୍ୟବସ୍ଥା ସହ ବିତରଣରେ ହେଉଥିବା ବିଭ୍ରାଟ ଯୋଗୁଁ ଗ୍ରୀଷ୍ମ ପ୍ରବାହର କଷ୍ଟ ଦ୍ଵିଗୁଣିତ କରୁଥିବା ଅଞ୍ଚଳ ବାସୀ କହିଛନ୍ତି । ଖରା ଦିନ ବାରମ୍ବାର ବିଦ୍ୟୁତ୍ କାଟ ହେବା ଫଳରେ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଭାଗୀୟ ଅଧିକାରୀଙ୍କୁ ବିଦ୍ୟୁତ କାଟ ବିଷୟରେ ପଚାରିଲେ ଉତ୍ତର ମିଳୁଛି ମରାମତି ଚାଲିଛି । ଯେତେବେଳେ ପଚାରିଲେ ମଧ୍ୟ ମରାମତି ଚାଲିଛି ବୋଲି କହୁଛନ୍ତି I ତାହାହେଲେ ଏମରାମତି କେବେ ସରିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି I ଗ୍ରାମାଞ୍ଚଳରେ ବିଦ୍ୟୁତ କଟିଲେ ଆସିବାର ନା ଧରୁନି ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି ମୁଁ ଏ ବିଷୟ ବୁଝୁନି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଗତ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ୧୦ମ ଶ୍ରେଣୀ ଯାଏଁ ସମସ୍ତ ସରକାରୀ ବେସରକାରୀ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିବା ସହ ୧୭ ତାରିଖରୁ ସ୍କୁଲ ଗୁଡ଼ିକରେ ସକାଳ ୬.୩୦ ରୁ ୧୧ ଟା ପର୍ଯ୍ୟନ୍ତ ପାଠ ପଢ଼ା ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସକାଳ ୮.୩୦ ପରେ ଖରାର ପ୍ରୋକପ ବାଢ଼ିବା ସହ ଗୁଳୁଗୁଳି ହେଉଛି । ସେପଟେ ବାରମ୍ବାର ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟୁଥିବା ଯୋଗୁଁ ବିନା ଫ୍ୟାନରେ ଛାତ୍ର ଛାତ୍ରୀ କିପରି ଶ୍ରେଣୀରେ ବସି ପାଠ ପଢ଼ିବେ ତାହା ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇଛି । ଅନ୍ୟ ପକ୍ଷରେ ବର୍ତ୍ତମାନ ଟିପିଏସଓଡିଏଲ ପକ୍ଷରୁ ଜିଲ୍ଲାରରେ ଦାଦାଗିରି କରି ବିଲ ପୌଠରେ ବିଳମ୍ବ ହେଲେ ଗ୍ରାହକଙ୍କୁ ବିନା ସୂଚନା ଦେଇ ବିଦ୍ୟୁତ ସଂଯୋଗ କାଟି ଦିଆଯାଉ ଥିବା ଉପଭୋକ୍ତା ଅଭିଯୋଗ କରିଛନ୍ତି I ଯାହା ପାଇଁ ଅଞ୍ଚଳରେ ଗ୍ରାହକ ଉପଭୋକ୍ତାଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଛି I ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ସମେତ ରାଜ୍ୟର ଅନ୍ୟ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି କିନ୍ତୁ ସେପରି କୌଣସି ଆଭାସ ମିଳୁନଥିବା ବେଳେ ଅସହ୍ୟ ଟାଣ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତେଣୁ ପ୍ରଶାସନ ତରଫରୁ ବିଦ୍ୟୁତକାଟ ବନ୍ଦ କରିବା ପାଇଁ ସାଧାରଣରେ ଦାବୀ ହୋଇଛି I