ଭବାନୀପାଟଣା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସଫଳ…

ଅନୁସନ୍ଧାନ ଭାରତ(ବ୍ୟୁର): ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗ ପ୍ରତିବାଦରେ ଆଜି ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ରାଷ୍ଟ୍ରୀୟ ସ୍ଵୟଙ୍ଗ ସେବକ ସଂଘର ଡାକରାରେ ସକାଳ ଛଅ ଘଣ୍ଟାରୁ ସନ୍ଧ୍ୟା ଛଅ ଘଣ୍ଟା ପର୍ଯ୍ୟନ୍ତ ବାରଘଣ୍ଟିଆ ବନ୍ଦ ପାଳନକୁ ସମଗ୍ର କଳାହାଣ୍ଡି ଶାନ୍ତିପୂର୍ଣ୍ଣ ଏବଂ ସ୍ୱତପ୍ରୁତ ଭାବେ ସମର୍ଥନ ଜଣାଇଛନ୍ତି I ସମସ୍ତ ସରକାରୀ, ବେସରକାରୀ, ଘରୋଇ ପ୍ରତିଷ୍ଠାନ, ଦୋକାନ ବଜ଼ାର ବନ୍ଦ ରହିଥିଲା I ଆଜି ସକାଳ ଛଅଟାରୁ ଭବାନୀପାଟଣା ଗାନ୍ଧୀ ଛକ ଠାରେ ଭିକ୍ଷୋଭ କାରୀମାନେ ପ୍ଲାକାର୍ଡ ଧରି ଭିଭିନ୍ନ ପ୍ରକାର ନାରାଦେଇ ସହର ପରିକ୍ରମା କରିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଅବରୋଧ କରିଥିଲେ I ଏହି ବନ୍ଦ ପାଳନରେ ବିଜେପିର ପୂର୍ବତନ ସଭାପତି ଭବେନ୍ଦ୍ର ପଣ୍ଡା, ଧନେଶ୍ୱର ମହାପାତ୍ର, ନରହରି ପଟ୍ଟନାୟକ, ଚିତ୍ତରଞ୍ଜନ ପାତ୍ର, ମାନସ ଜେନା, ହର୍ପିତ ସିଂ, ଭଣ୍ଡେସ୍ୱର ମହାପାତ୍ର, ଏକାମ୍ବର ଗହୀର, ପ୍ରମୋଦ ମହାଖୁଡ଼, ମନୋଜ ଅଚାରୀ ଆଦି ସାମିଲ ଥିଲେ I ଏହି ଖବର ପ୍ରକାଶିତ ହେବା ପର୍ଯ୍ୟନ୍ତ କୌଣସି ଅପ୍ରିତିକର ଘଟଣା ଘଟି ନଥିଲା । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୁଲିସର ବନ୍ଦୋବସ୍ତ କରାଯାଇଥିଲା ।