ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନମ୍ବର -୪ ଶ୍ରୀରାମପଦା ଅଙ୍ଗନୱାଡ଼ି କେନ୍ଦ୍ର ପଛ ପଟୁ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନମ୍ବର -୪ ଶ୍ରୀରାମପଦା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପଛ ପଟୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଘୁ.ଉଦୟଗିରି ପୁଲିସ ଜବତ କରିଛି I ମୃତ ଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ I ସୂଚନା ପ୍ରକାରେ ମହିଳା ଜଣକ ଶ୍ରୀରାମପଦାର ରୁନିମା ପ୍ରଧାନ (୪୦) I ତାଙ୍କ ସ୍ୱାମୀଙ୍କ ନାମ ଜିତେନ୍ଦ୍ର ସାହୁ, ତାଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି I ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମହିଳା ଙ୍କ ମୃତ୍ୟୁ କିଭଳି ଏବଂ କେଉଁ କାରଣରୁ ହେଲା ଛାନ ଭିନ କରୁଛି I ସେ ଜଣେ ଦିନ ମଜୁରିଆ ଏବଂ ତାଙ୍କ ସ୍ୱାମୀ ଜଣେ ସାଇକେଲ ମିସ୍ତ୍ରୀ ହୋଇ ଥିବା ସୂଚନା ରହିଛି I