ଗୁଡ୍ ଫ୍ରାଇଡେ ଉପଲକ୍ଷେ ଖ୍ରୀଷ୍ଟୀୟ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ପୋଡ଼ାଗଡ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଗୁଡ଼ ଫ୍ରାଇଡେ ତଥା ଶୁଭ ଶୁକ୍ରବାର ସକାଶେ ଏକ ରକ୍ତ ଦାନ ଶିବର ଅନୁଷ୍ଟିତ ହୋଇ ଯାଇଛି । ଉକ୍ତ ରକ୍ତ ଦାନ ଶିବିର ପରଜା ସୁକୁ ଓ ପୋଡାଗଡ ଖ୍ରୀଷ୍ଟୀୟ ଗ୍ରାମ ପଞ୍ଚାୟତର ସମସ୍ତ ବର୍ଗର ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଛି I ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଦେଖା ଦେଇଛି । ଏହି ଆୟଜନ ଖ୍ରୀଷ୍ଟୀୟ ସମାଜ ଦ୍ୱାରା ଆୟଜନ କରାଯାଇ ଥିବା ଦେଖା ଦେଇଛି । ଏହି ଶିବିରରେ ପ୍ରାୟ ୫୪ ୟୁନିଟ ରକ୍ତ ସଂଗ୍ରହ କାରାଯାଇଛି । ଖ୍ରୀଷ୍ଟୀୟ ସମାଜ ଏହି ଶିବିର କରି ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଅଞ୍ଚଳ ବାସୀ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଖ୍ରୀଷ୍ଟ ଧର୍ମା ବଲମ୍ବୀ ଯିଶୁଙ୍କୁ ଆରାଧନା କରି ଆରମ୍ଭ କରିଥିଲେ ।