ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ସାହପୁର ପଞ୍ଚାୟତର ହନ୍ତସ ଗ୍ରାମ ନିକଟସ୍ଥ ପାହାଡ଼ରୁ ପଥରବ୍ଲାଷ୍ଟିଂ ବନ୍ଦ ଦାବି କଲେ ପୂର୍ବତନ ବିଧାୟକ…..
ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଅଧିନସ୍ଥ ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ସାହପୁର ପଞ୍ଚାୟତର ହନ୍ତସ ଗ୍ରାମ ନିକଟସ୍ଥ ଖୋଳ ପାହାଡ଼ରୁ ବିପଦଜନକ ଭାବେ ପଥର ଫୁଟାଇବା ବନ୍ଦ କରିବା ପାଇଁ ହିଞ୍ଜିଳିର ପୂର୍ବତନ ବିଧାୟକ ଉଦୟନାଥ ନାୟକ ଦାବି କରିଛନ୍ତି । ଉକ୍ତ ଗ୍ରାମବାସୀଙ୍କ ଦାବିକୁ ବିଧାୟକ ଜିଲା ପ୍ରଶାସନ ନିକଟରେ ଜଣାଇଥିବା ମଧ୍ୟ କହିଛନ୍ତି । ବିପଦଜନକ ଭାବେ ଉକ୍ତ ପାହାଡରୁ ପଥର ଫୁଟାଇବା ଫଳରେ ପାହାଡ଼ ନିକଟସ୍ଥ ଘରର କାନ୍ଥ ଫାଟି ଯାଉ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ପଥର ଛିଟିକି ରାସ୍ତା ଉପରେ ଯାଉଥିବା ଲୋକଙ୍କ ଜୀବନ ସଙ୍କଟାପନ୍ନ ଆଶଙ୍କା ସୃଷ୍ଟି ହେଉ ଥିବା କହିଛନ୍ତି ସ୍ଥାନୀୟ ବାସୀନ୍ଧା । ଗ୍ରାମବାସୀ ଗତ ମାସ ୨୩ରେ ବିପଦଜନକ ଭାବେ ପଥର ଫୁଟାଇବା ବନ୍ଦ କରିବା ଦାବିରେ ସ୍ଥାନୀୟ ଜନପ୍ରତିନିଧି ଏବଂ ହିଞ୍ଜିଳିକାଟୁ ତହସିଲଦାରଙ୍କୁ ଜଣାଇଥିଲେ । ଏନେଇ ଆଶ୍ଵାସନା ମିଳିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଇନ ଥିବା କହିଛନ୍ତି ସ୍ଥାନୀୟ ବାସୀନ୍ଧା । ଘଟଣାକୁ ନେଇ ଗ୍ରାମବାସୀ ପୂର୍ବତନ ବିଧାୟକଙ୍କୁ ଜଣାଇଥିଲେ । ଗତ ମାସ ୩୦ରେ ପୂର୍ବତନ ବିଧାୟକ ହନ୍ତସ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ସମସ୍ୟାର ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗଞ୍ଜାମ ଜିଲାପାଳଙ୍କୁ ସେ ଏହି ସମସ୍ୟାର ସମାଧାନ ପାଇଁ ଜଣାଇ ଥିବା କହିଛନ୍ତି।