ମାଳିଯୁବାଙ୍ଗ ପଞ୍ଚାୟତର ଗରିବଙ୍କ ତିନି ମାସର ୭୨ କୁଇଣ୍ଟାଲ ପିଡ଼ିଏସ ଚାଉଳ ହଡପ ଅଭିଯୋଗ, ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତବାସୀଙ୍କ ଦାବୀ….
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦୁର୍ନୀତି ଓ ଅନିୟମିତତାକୁ ନେଇ ଅନେକ ସମୟରେ ଚର୍ଚ୍ଚାର ପରିଧି ଭିତରେ ରହୁଥିବା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଳକ ଦୁର୍ଗମ ପଞ୍ଚାୟତମାନଙ୍କରେ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି।ସେହିପରି କିଛି ଦିନ ତଳେ ବେନଗାଁ ପଞ୍ଚାୟତର ପିଡ଼ିଏସ ଚାଉଳ ରାତି ଅଧରେ ଚୋରାଚାଲାନା ଦୁର୍ନୀତି ପରେ ଏବେ ଆଉ ଏକ ନୂଆ ବିବାଦରେ ଫସିଛି ମାଳିଯୁବାଙ୍ଗ ପଞ୍ଚାୟତ । ଏହି ପଞ୍ଚାୟତରେ ଗରିବ ହିତାଧିକାରୀଙ୍କ ତିନି ମାସର ୭୨ କୁଇଣ୍ଟାଲ ପିଡିଏସ ଚାଉଳ ଆତ୍ମସାତ କରିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ଏହି ମାଳିଯୁବାଙ୍ଗ ପଞ୍ଚାୟତରେ ୧୬ ଗୋଟି ଗ୍ରାମ ରହିଛି। ଏହି ୧୬ଟି ଗ୍ରାମର ୬୭୨ ହିତାଧିକାରୀକୁ ପ୍ରତି ମାସରେ ୧୫୩ କୁଇଣ୍ଟାଲ ପିଡ଼ିଏସ୍ ଚାଉଳ ପଞ୍ଚାୟତ ପକ୍ଷରୁ ବଣ୍ଟନ କରାଯାଉଛି । ଏଥିରେ ପିଏଚଏଚ,ଏସଏଫଏସଏସ୍ ଓ ଅନ୍ତଦୋୟ ରହିଛନ୍ତି।ପିଏଚଏଚ, ଏସଏଫଏସଏସ୍ କାର୍ଡରେ ୫୨୦ ଜଣ ହିତାଧିକାରୀଙ୍କୁ ଜଣ ପିଛା ୫ କେଜି ହିସାବରେ ପ୍ରତି ମାସରେ ୧୦୦ କୁଇଣ୍ଟାଲ ପିଡ଼ିଏସ ଚାଉଳ ବଣ୍ଟନ କରାଯାଉଛି । ସେହିପରି ଅନ୍ତଦୋୟ କାର୍ଡରେ ୧୫୨ ଜଣ ଗରିବ ଶ୍ରେଣୀର ହିତାଧିକାରୀଙ୍କ ପାଇଁ ପ୍ରତି ମାସରେ କାର୍ଡ ପିଛା ୩୫ କେଜି ହିସାବରେ ୫୩ କୁଇଣ୍ଟାଲ ପିଡ଼ିଏସ ଚାଉଳ ପଞ୍ଚାୟତକୁ ଯୋଗାଇ ଦିଆଯାଉଛି । ହେଲେ ଆଜିକୁ ତିନି ମାସ ହେଲା ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚର ୧୫୯ କୁଇଣ୍ଟାଲ ପିଡ଼ିଏସ ଚାଉଳ ଦେବା ବଦଳରେ ୧୫୨ ଜଣ ଅନ୍ତଦୋୟ କାର୍ଡ ହିତାଧିକାରୀଙ୍କୁ ଜଣ ପିଛା ୫ କେଜି ହିସାବରେ ପ୍ରତି ମାସରେ ୨୯ କୁଇଣ୍ଟାଲ ଦିଆଯାଇଥିବା ବେଳେ ତିନି ମାସରେ ମାତ୍ର ୮୭ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି । ପ୍ରତି ମାସର ୨୪ କୁଇଣ୍ଟାଲ ହିସାବରେ ୩ ମାସର ୭୨ କୁଇଣ୍ଟାଲ ଚାଉଳ ଆତ୍ମସାତ କରା ଯାଇଛି ବୋଲି ଅନ୍ତଦୋୟ କାର୍ଡ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ପଞ୍ଚାୟତର ବେଙ୍ଗଭଟା ଗ୍ରାମର ଅନ୍ତଦୋୟ ହିତାଧିକାରୀ ପଦ୍ମିନୀ ନରିଆଙ୍କୁ ୩ ମାସର ୭୫ କେଜି ଚାଉଳ ମିଳିଛି । ତାଙ୍କ ୩୦ କେଜି ଚାଉଳ ଦିଆଯାଇନାହିଁ । ସେହିପରି ଉକ୍ତ ଗ୍ରାମର ଲକ୍ଷ୍ମଣ ମାଝୀଙ୍କୁ ତିନି ମାସର ୬୦ କେଜି ଚାଉଳ ମିଳିଛି । ତାଙ୍କୁ ମଧ୍ୟ ୪୫ କେଜି ଚାଉଳ ଦିଆ ଯାଇନ ଥିବା ଅଭିଯୋଗ କରିଛନ୍ତି ।ମାଳିଯୁବାଙ୍ଗ ଗ୍ରାମର ସୁଲଚନା ବେହେରାଙ୍କୁ ମଧ୍ୟ ତିନି ମାସର ୬୦ କିଲୋ ଚାଉଳ ମିଳି ଥିବାବେଳେ ୪୫ କେଜି ଚାଉଳ ଦିଆ ଯାଇନଥିବା ଅଭିଯୋଗ କରିଛନ୍ତି । ଏହି ପରି ୧୬ ଗୋଟି ଗ୍ରାମର ୧୫୨ ଜଣ ଗରିବ ଅନ୍ତଦୋୟ କାର୍ଡ ହିତାଧିକାରୀଙ୍କ ପିଡିଏସ ଚାଉଳ ଆତ୍ମସାତ କରିଥିବା ଅଭିଯୋଗ ହେଉଛି।ଲାଞ୍ଜିଗଡ ବ୍ଳକ ବିଭିନ୍ନ ପଞ୍ଚାୟତରେ ଅନ୍ତଦୋୟ କାର୍ଡରେ ହିତାଧିକାରୀଙ୍କୁ ମାସକୁ ୩୫ କେଜି ଚାଉଳ ଦିଆ ଯାଉଥିବା ବେଳେ ଦୁର୍ଗମ ମାଳିଯୁବାଙ୍ଗ ପଞ୍ଚାୟତ ଲୋକଙ୍କୁ କାହିଁକି ସରକାର ଚାଉଳ ଦେଉ ନାହାଁନ୍ତି । ଗରିବ ଲୋକଙ୍କୁ ଆସିଥିବା ଚାଉଳ ଆଉକିଏ ଆତ୍ମସାତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।୨୦୨୩ ଜାନୁଆରୀ ମାସ ପୂର୍ବରୁ ପଞ୍ଚାୟତରେ ଗୋଟିଏ ଅନ୍ତଦୋୟ କାର୍ଡରେ ୩୫ କେଜି ଚାଉଳ ଦିଆ ଯାଉଥିଲା ।ବର୍ତ୍ତମାନ ଆମକୁ ଜାନୁଆରୀ ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଡ ପିଛା ୩୫ କେଜି ଚାଉଳ କାହିଁକି ଦିଆ ଯାଉନାହିଁ ବୋଲି ହିତାଧିକାରୀମାନେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ପବର୍ତ୍ତମାନ ନୂତନ ଭାବେ ପିଇଓ ପ୍ୟାରୀଲାଲ ମାଝୀ ମାଳିଯୁବାଙ୍ଗ ପଞ୍ଚାୟତରେ ଯୋଗଦେବା ପରେ ପଞ୍ଚାୟତ ପିଡିଏସ ଚାଉଳ ବାଣ୍ଟିବା ଦାଇତ୍ଵ ମାଳିଯୁବାଙ୍ଗ ଗାଁର ଜଣେ ଯୁବକ ହରିଶଙ୍କର ଦଣ୍ଡସେନାଙ୍କୁ ଦେଇଛନ୍ତି । ଏନେଇ ବ୍ଳକ ଯୋଗାଣ ଅଧିକାରୀ ହରିହର ସାହୁଙ୍କୁ ପଚାରିବାରୁ ଅନ୍ତଦୋୟ କାର୍ଡ ପିଛା ୩୫ କେଜି ଚାଉଳ ଦେବା କଥା କଣ ପାଇଁ ଦିଆ ଯାଇନାହିଁ । ମୁଁ ତଦନ୍ତ କରିବି ବୋଲି ପ୍ରକାଶ କରିଥିଲେ । ଏଣୁ କଳାହାଣ୍ଡି ଜିଲ୍ଲାପାଳ ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପଞ୍ଚାୟତ ବାସୀ ଦାବି କରିଛନ୍ତି ।