ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ କୁଲୁସିଂ ପଞ୍ଚାୟତ ଆବୁସିଂ ଗାଁରେ ବଜ୍ରପାତ । ଏଥିରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଗୁଡେଲା ଗମାଙ୍ଗଙ୍କ ସ୍ତ୍ରୀ ଆଦଗା ଗମାଙ୍ଗ ।
ସେହିପରି ଆହତମାନେ ହେଲେ ରସିନା ଗମାଙ୍ଗଙ୍କ ପୁଅ ହେମନ୍ତ, ବିଜୟ ରଇତଙ୍କ ପୁଅ ନରେନ ରଇତ, ଅନକା ଶବରଙ୍କ ଝିଅ ଅନବିତା, ଗୁସିନା ଭୂୟାଁଙ୍କ ପୁଅ ନିନୁତି ଭୂୟାଁ ଏବଂ ଅସ୍ମିତା ଗମାଙ୍ଗ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ମୃତାହତମାନେ ଘର ବାହାରେ ବସିଥିଲେ। ବଜ୍ରପାତରେ ଘଟଣାସ୍ଥଳରେ ଆଦଗାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ବଜ୍ରପାତରେ ପାଖରେ ଥିବା ଏକ ପାଳଗଦା ସମ୍ପୂର୍ଣ୍ଣ ଜଳିଯାଇଛି । ଖବରପାଇ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ଆଣିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।