ଜି.ଆଇ.ଇ.ଟି ଛାତ୍ରଙ୍କ ବେପୁରିଆ ଗାଡ଼ି ଚାଲାନରେ ୪ ଗୁରୁତର….

ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ରାତ୍ର ପ୍ରାୟ ୧୧ ଘଣ୍ଟିକା ସମୟରେ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଜି.ଆଇ.ଇ.ଟିର ୨ ଛାତ୍ର ମଦ୍ୟପାନ କରି ଦୃତ ଗତିରେ ଆସି ରାସ୍ତା କଡ଼ରେ ଥିବା ଏକ ବାଇକକୁ ପଛପଟ ଧକା ଦେଇ ଥିଲେ। ସଙ୍ଗେ ସଙ୍ଗେ ସେଠାରେ ରହିଥିବା ଲୋକମାନେ ତାଙ୍କୁ ଗୁଣପୁର ଚିକିତ୍ସାଳୟକୁ ଆଣିଥିଲେ । ଖବର ପାଇ ଗୁଣପୁର ପୁଲିସ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଥିଲେ । ଗୁଣପୁରର ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ୨ ଛାତ୍ରକୁ ଜଣଙ୍କୁ ପାରଳାଖେମୁଣ୍ଡି ଚିକିତ୍ସାଳୟକୁ ଓ ୨ ଜଣଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁଣପୁରରେ ଜି.ଆଇ.ଇ.ଟିର ଛାତ୍ରମାନେ ସବୁବେଳେ ମଦ୍ୟପାନ କରି ଦୃତ ଗତିରେ ଗାଡି ଚଳାଇବା ସମ୍ପର୍କରେ କଲେଜର କତୃପକ୍ଷଙ୍କୁ ଅବଗତ କରାଥିଲେ ମଧ୍ୟ କିଛି ପଦକ୍ଷେପ ନ ନେଇ ଚୁପ୍ ହୋଇ ବସି ଥିବା ସ୍ଥାନୀୟ ଲୋକ ଅଭିଯୋଗ । ଏହିପରି ଜି.ଆଇ.ଇ.ଟି ଛାତ୍ରମାନଙ୍କ ବେପୁରିଆ ଗାଡ଼ି ଚଲାନ ଯୋଗୁଁ ଗୁଣପୁରର ଜନସାଧାରଣ ଅସୁରକ୍ଷିତ ମନେ କରୁ ଥିବା ଛନ୍ତି। ପ୍ରଶାସନ କାହିଁକି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ବୃଦ୍ଧଜିବି ମହଲରେ ଚର୍ଚ୍ଚା ଜୋର୍ ଧରିଛି I ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି I